STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପଶୁ ମଣିଷ

ପଶୁ ମଣିଷ

1 min
89

ମିଛକୁ ଆଦରି କପଟ କରି

ଛଳନା ହିଂସାକୁ ବାନ୍ଧବୀ କରି

ଜାତିଭାଇ କୁ ତୁ କରିଲୁ ପର

ପାଉଁଶ କଲୁ ତୁ ସୁନା ସଂସାର

କୁକୁର , ବିରାଡ଼ି, ମଇଁଷି, ଗାଈ

ପଶୁ ହୋଇ ପାପ କରନ୍ତି ନାହିଁ

ପଶୁତୁଲ୍ୟ ଆଜି ହୋଇଲୁ ନାହିଁ

ସନ୍ଦେହ ନରକେ ଯିବୁ କି ନାହିଁ

ସାରା ଦୁନିଆକୁ ଠକିଲୁ ତୁହିଁ

ପଶୁ ଆଚରଣେ ଜିଇଁଲୁ ତୁହିଁ

ବଲାତ୍କାରୀ ପରିଚୟଟେ ପାଇ

ସ୍ୱାର୍ଥ ପାଇଁ ହେଲୁ ପଶୁ ମଣିଷ

ହିଂସା କରି ହେଲୁ ନର ରାକ୍ଷସ

ଛଳନା, କପଟ ନେଲୁ ଆଦରି

ଲୋଭୀ ହୋଇ ଅପରାଧ ଵି କରି

ମଣିଷ ଜନମ ନରକ କଲୁ

କେତେ ପୁଣ୍ୟ କରି ଜନମି ଥିଲୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract