STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ପଶ୍ଚାତାପ

ପଶ୍ଚାତାପ

1 min
242


ଜୀବନ ଯୁଦ୍ଧରେ ମୁଁ ପରାଜିତ ସୈନିକ 

ଗାଉଛି ଆପଣାର ଦୁଃଖଭରା ଗୀତ!! 


ଆନ ଲାଗି ବିନିର୍ବ୍ଯୟ କରି ଅମୂଲ୍ୟ ସମୟ

ନିଜ ପାଇଁ କିଛି କରି ପାରିନି ସଞ୍ଚୟ!! 


ସମୟ ଅଟଇ ଏ ମହୀରେ ମହାଶକ୍ତିମାନ

ତା'ର ଅପଚୟେ ହୀନିମାନ ହୁଏ ବିଜ୍ଞଜନ!! 


ସଭିଙ୍କ ଈଛାରେ ସଦା ମିଶାଇ ମୋହର ମନ

ଭୁଲି ମୁଁ ଯାଇଛି ଆପଣାର ଦୃଢ଼ ସ୍ବାଭିମାନ!! 


ଅଧ୍ୟୟନ ପଠନରେ ଦେଇ ନାହିଁ ତିଳେ ମତି

ସେଥିଲାଗି ଆଜି ମୋହର ଚରମ ଅଧୋଗତି!! 


ଯେଉଁ ଜନ ଶୁଣେ ନାହିଁ ଆପଣା ହୃଦର ସ୍ପନ୍ଦନ

ନିଶ୍ଚେ ଦିନେ ହୁଏ ତାହାର ଭୂମିରେ ପତନ!! 


ଆପଣା ହସ୍ତେ ଯେ ରଚେ ଆପଣା ବିନାଶ

ଲଭେ ଚିରକାଳ ଏଇ ଦୁନିଆର କ୍ରୁର ଉପହାସ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy