STORYMIRROR

Anam Charan Sahoo

Abstract

4  

Anam Charan Sahoo

Abstract

ପ୍ରତ୍ୟକ୍ଷ ଦେବତା

ପ୍ରତ୍ୟକ୍ଷ ଦେବତା

1 min
373

ପିତାମାତା ମୋର ପ୍ରତ୍ୟକ୍ଷ ଇଶ୍ବର

ଡାକିଲେ ଉତ୍ତର ମିଳେ

ଇଛା ଯେତେ ପୂର୍ଣ୍ଣ କରନ୍ତି ସତ୍ତ୍ବର

ଧନ୍ୟ ସେହି ମହୀତଳେ।

ସାଇକେଲ ଟିଏ କିଣି ଆଣି ଦେଲେ

ଯିବି ମୁହିଁ ବିଦ୍ୟାଳୟ

ପାଠ ପଢି ବଢି ମଣିଷ ମୁଁ ହେବି

ମିଳିଯିବ ପରିଚୟ।

ସ୍ବର୍ଣ୍ଣ ବନ୍ଧା ରଖି ଆଣିଲେ ଝଟତି

ହସ୍ତେ ମୋର ଦେଲେ ଟେକି

ଅନ୍ତର ତାଙ୍କର ଦୁଃଖରେ ବିହ୍ବଳ

ଯେବେ ହୁଏ ମୁହିଁ ଦୁଃଖି।

ମନ ଜାଣି ମାଆ ପରଷନ୍ତି ଯାହା

ସତେକି ଅମୀୟ ଝର

କରି କେଉଁ ତପ କୋଳେ ତା ଜନମ

ଧନ୍ୟ ଜୀବନ ମୋହର।

ଜୀବନରେ ଯେତେ ଭୂଲ କରି ବସେ

ସବୁରେ ଦିଅନ୍ତି କ୍ଷମା

ଦେଇ କେଉଁ ରସ ଗଢିଛି ଇଶ୍ବର

ଦୋଷ ନ ଧରନ୍ତି ଜମା।

ତାଙ୍କ ଯେତେ ଗାଳି ସତେ ଦେହ ଧୂଳି

କ୍ଷଣକେ ଯାଏ ସେ ଉଡି

ସଂସାର ବକ୍ଷରେ କରିଛନ୍ତି ଏଡେ

ବିପଦ ସହିତ ଲଢ଼ି।

ତାଙ୍କ ପାଦତଳେ ପ୍ରଣତି ମୁଁ ଢାଳେ

ଯୋଡି ମୋର ବେନି କର

ପାଇ ସ୍ନେହାଶିଷ ହେଉଥିବି ହର୍ଷ

ସବୁ ଦୁଃଖ ଯିବ ଦୂର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract