STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

ପ୍ରତ୍ୟାବର୍ତ୍ତନ ..........

ପ୍ରତ୍ୟାବର୍ତ୍ତନ ..........

1 min
127

ଭାବିଥିଲି ମୁହିଁ ଛାଡି ଚାଲିଯିବି

       ତମ କନକ ପ୍ରାସାଦ - ହେ ମୋର

                       କନକ ଗୋରୀ 


ଦୂର ଦିଗ୍ ବଳୟର ରୂପା ଅଂଗନରୁ

           ମୋ ପାଇଁ ଭାସି ଆସିଥିଲା

                        ମୁରଲୀ ଧ୍ୱନି


ଭାବିଥିଲି ଏବେ ସେଇ 

          ପଥ ଦେଇ ଫେରିବି

                   ଏକାନ୍ତେ ମୁହିଁ


ଫେରନ୍ତା ପଥରେ ଗୁଞ୍ଜରି ଉଠିବ

               ଶୁଭ ମିଳନର 

                    ମଧୁ ସାହାନାଇ


ତମେ ଚମକି କହିଲ - ନା, ନା ସଖା

                ଏବେ ସେ ପଥେ

                        ନ ଦିଅ ପାଦ 


ଦେଖ ତମ କଥା ମାନି

       ଆସିଲି ମୁଁ ଫେରି

            ଖୋଲିଦିଅ, ଖୋଲିଦିଅ

                  ତମ କନକ ପ୍ରାସାଦ ଦ୍ୱାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract