STORYMIRROR

Henarani Senapati

Crime Inspirational Others

4  

Henarani Senapati

Crime Inspirational Others

ପ୍ରତିଶୋଧ

ପ୍ରତିଶୋଧ

1 min
299

ଆଶା ବୈତରଣୀ ଫାଟି ଯାଇଛି ମୋ

          ତୁମ ପ୍ରତିଶୋଧ ପାଇଁ

ମୋ ମନ ମନ୍ଦିରେ ଯନ୍ତ୍ରଣା ରୁଧିର

          ବହୁ ଅଛି କାହିଁ ପାଇଁ ।


ନିଜ ଗୋଡରେତ କୁରାଢି ମାରିଲ

           ଅତି କୋପଭର ହେଇ

ତୁମ ପ୍ରତିକ୍ଷା କୁ ଗୋଡେ ପେଲି ଦେଇ

           ମହତ୍ତ୍ୱ ଦେଲ ହରାଇ ।


ହଜାରେ ସପନ ଦେଖିଥିଲି ପରା

          ଗୋଟିଏ ସମ୍ପୂର୍ଣ୍ଣ ନାହିଁ

ଆଶା ଅସୁମାରୀ ଝୁରି ଝୁରି ଶୁଖେ

          ପୂର୍ଣ୍ଣତା ତ ପାଉ ନାହିଁ ।


ତୁମ ପ୍ରତିଶୋଧ ଦଣ୍ଡ ମୁଁ ପାଉଛି

           ମଲ୍ଲାଜହ୍ନ ପରି ଭାଷେ

କୁମୁଦିନୀ ଯେହ୍ନେ ଶଚ୍ଚି ସ୍ପର୍ଶ ଖୋଜେ

           ତୁମସ୍ପର୍ଶ ମନେ ଆସେ ।


ଏତିକି ନିଷ୍ଠୁର ହୃଦୟ ତୁମର

           ଅହଂକାର ନିଆଁ ଜାଳ

ତୁମ ପ୍ରେମ ଆଜି ମଝି ଦରିଆ ରେ

           ଚିନ୍ତନେ ବୋହୁଛି ଝାଳ ।


ଦୁର୍ଘଟଣା ଆଜି ତୁମ ପାଇଁ ସେନା

          ଜୀବନ ରାସ୍ତା ରେ ମୋର

ସମ୍ପର୍କରେ ଆଜି ଫାଟ ସୃଷ୍ଟି କରି

          ସୁନାମର ତ୍ୟାଗ କର ।


ଅବିଶ୍ବାସ ମନେ କମ୍ପୁଛି ହୃଦୟ

           ସତେ କି ଫାଟି ପଡୁଛି

ପ୍ରୀତି ରେ ଅପ୍ରୀତି ଢାଳୁଛ କିମ୍ପାଇଁ

          ଲୁହ ଝରଣା ବୋହୁଛି ।


ବୁଝି କି ଅବୁଝା ହେଉଛ କିମ୍ପାଇଁ

          ମୋ ମନ ତଳ ବେଦନା

କି ଦୋଷ କରିଛି ବୁଝି ପାରିଲିନି

          ପ୍ରତିଶୋଧ ନେଲ ସିନା ।


ଚାତକ ପକ୍ଷୀ ର ଶୋଷ ମେଣ୍ଟିଯାଏ

          ଅଦିନ ବରଷା ଧାରେ

କି ହୀନ ଜୀବନ ପ୍ରାପ୍ତ କରିଛି ମୁଁ

          ତୁମକୁ ଝୁରିକି ମରେ ।


ଅନ୍ୟର କଥାରେ କୁ ଶିକ୍ଷା ପାଇଲ

           ଅବିଶ୍ବାସ ନେଲ ବାଛି

ବିନା ଦୋଷ ତୁମେ କି କଷ୍ଟ ଦେଉଛ

           ପ୍ରତିଶୋଧ ମୁଁ ଦେଖୁଛି ।


Rate this content
Log in

Similar oriya poem from Crime