STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ପ୍ରତିଶୋଧ ଏକ କୁକାହାଣୀ

ପ୍ରତିଶୋଧ ଏକ କୁକାହାଣୀ

1 min
318

ଆଉ କା'ର ମିଥ୍ୟାଚାର ଆଚରଣେ

ତୁମେ ଯେବେ ଆନ୍ଦୋଳିତ ହୁଅ,

ତୁମ ଅଜାଣତେ ବିବେକରେ ତୁମ 

ଅଶାନ୍ତିର ନିଆଁ ଲଗାଇ ଦିଅ।


ଆଘାତ କରି କେ ଚାଲିଯାଏ ଦୁରେ 

ପାଶୋରି ସେ କଥା ମନରୁ ତାର,

ଘାରି ହୁଅ ତୁମେ ତୁମ ପରିଧିରେ 

ଭୁଲି ନିଜ କେନ୍ଦ୍ର ହୁଅ ଅଧିର। 


ପ୍ରତିଶୋଧ ପରାୟଣ ହୋଇ ଯେବେ 

କରି ବସ ନିତି ପର ଚିନ୍ତନ,

ତୁମେ ଜାଣ ନାହିଁ ତୁମ ପ୍ରକୃତିରେ 

ସଂକ୍ରମିତ ହୁଏ ଅନ୍ୟର ଗୁଣ। 


ପ୍ରତିଶୋଧ କେବେ ସମାଧାନ ହୁହେଁ 

ଅନ୍ୟାୟ କା କ୍ରୁର ଆଚରଣେ,

ଜନ୍ମ ନିଏ ଆଉ ଏକ ପ୍ରତିଶୋଧ 

କ୍ରିୟା ପ୍ରତିକ୍ରିୟା ନିୟମରେ। 


ଅଶାନ୍ତି ଅନଳେ ଜଳିଯିବା ଠାରୁ 

ଉଚିତ କି ନୁହେଁ ଅଣଦେଖା,

ରାତି ଗଲେ ତାତି ସରିଯାଏ ସିନା 

ଧରି ରଖିଥିଲେ ଜଳେ ଶିଖା।


ପ୍ରତିଶୋଧ ଭୁଲି ଆତ୍ମଶୋଧ କର 

କ୍ରୋଧ ନୁହେଁ କେବେ ପ୍ରତିକାର,

କ୍ଷମା ସର୍ବଶ୍ରେଷ୍ଠ ଆଚରଣ ସିନା 

ଈର୍ଷା ଦ୍ୱେଷ ଏକ ମହା ଜ୍ୱର। 


ଅନ୍ୟାୟର ନ୍ୟାୟ ପଥେ ପ୍ରତିକାର 

ମିଥ୍ୟାର ଉତ୍ତର ସତ୍ୟ ବାଣୀ,

ଅକ୍ରୋଧରେ କ୍ରୋଧ ହୁଏ ପ୍ରଶମିତ 

ସାଧୁତାର ଏହା ଧୀର ଠାଣି।


ସଂକ୍ଷିପ୍ତ ଜୀବନେ ଆତ୍ମ ଚିନ୍ତନ ହିଁ 

ଏକମାତ୍ର ରଖ ଅଭିପ୍ରାୟ,

ଶୁଦ୍ଧ ଚରିତ୍ରର ବିମଳ ଜ୍ୟୋତିରେ 

ବିଶ୍ୱ ହେବ ପୁର୍ଣ ଦିବାମୟ।


ସବୁ ଶେଷେ ଯାହା ଜଳେ ତାହା ତୁମେ 

ନିଜେ ହିଁ ନିଜର ହତ୍ୟାକାରୀ,

ପାଉଁଶ ଗଦାରେ ବାକି ଥାଏ ଯାହା 

ଅକର୍ମଣ୍ୟ ଏକ କୁକାହାଣୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract