Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ପ୍ରତିକ୍ଷାର ଲମ୍ବାରାସ୍ତା

ପ୍ରତିକ୍ଷାର ଲମ୍ବାରାସ୍ତା

1 min
222



ଫୁଲ ଫଗୁଣର ଅଳସୀ ସଞ୍ଜରେ

ମଳୟ ପରଶ ପାଇ

 ଆକାଶରେ ଜହ୍ନ ମୁହଁ ଦେଖାଇଲେ

ଖେଲିଯାଏ ସ୍ମୃତି ବହି I

ପ୍ରତିଟି ପୃଷ୍ଠାରେ ତୁମେ ଥାଅ ସଖୀ

ଥିରି ଥିରି ହସୁଥାଅ

ବୁଝେନାହିଁ ମୋର ଅମାନିଆଁ ମନ

ଆଖିରେ ଜକାଏ ଲୁହ I

କିପରି ବିତୁଛି ଦିନ ମାସ ବର୍ଷ

ତୁମେ କି ପାରିବ ବୁଝି

ବୟସ ଭାବରେ ନଇଁଲାଣି ଅଣ୍ଟା

ତୁମକଥା ହେଜି ହେଜି I

ଅବେ ବି କାନରେ ବଇଂଶୀର ସ୍ୱର

ବାକିଯାଏ ରହି ରହି

ଆଖିର ତେଜ ମୋ କମି ଆସିଲାଣି

ତୁମବାଟ ଚାହିଁ ଚାହିଁ I

         


Rate this content
Log in