ପ୍ରତିଭା
ପ୍ରତିଭା
କବିତା କାହାଣୀ ପ୍ରବନ୍ଧ
କ୍ଷୁଦ୍ରଗଳ୍ପ ଗୀତ ନିବନ୍ଧ
ଏ ସବୁ ନେଇ ପ୍ରତିଭା
କ୍ଷୁଦ୍ର ଫୁଲ କଢି ବିକଶିତ ।
କବି ଲେଖକ ନର୍ତ୍ତକୀ
ନାଟ୍ୟ ନାୟିକା ଦେବକୀ
ଏ ସର୍ବଗୁଣ ପ୍ରତିଭା
ଆଗତ ବସନ୍ତେ ଆଗନ୍ତୁକ।।
କୁନି କୁନି ଯେତେ ତାରକା
ନବ ନବ ଯେତେ କଳିକା
କ୍ଷୁଦ୍ର ନ ମଣିବା ପ୍ରତିଭା
ଗଗନ ପବନ ମୁଖରିତ।।
ଦର୍ଶକର ମନ ଆନନ୍ଦିତ,
କୁସୁମ ସୁମନେ ପ୍ରସ୍ଫୁଟିତ।
ଅମର ପ୍ରତିଭା ଚିର ବନ୍ଦିତ,
କର କମଳ ଚରଣେ ଅର୍ପିତ।
ପ୍ରତିଭା ଚିର ସ୍ମରଣୀୟ ।
ପ୍ରତିଭା ସର୍ବ ବନ୍ଦନୀୟ।।
ରମ୍ଭା ମେନକା ଉର୍ବଶୀ ଆଭା
ସ୍ବର୍ଗୀୟ ନର୍ତ୍ତକୀ ଦେବସଭା ।
କଳା କଳାକାର କଳା ଜଗନ୍ନାଥ
ଉତ୍କଳ ପ୍ରତିଭା କଳା ମନୋରଥ ।
