STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ପ୍ରଥମ ପ୍ରେମର ରଙ୍ଗ"

"ପ୍ରଥମ ପ୍ରେମର ରଙ୍ଗ"

1 min
153

ଚିକିମିକି ପ୍ରଜାପତି

ବସିଲେଣି ଗୋରି ଆଲୋ

ତୋ ଦେହ ସାରା

ପଡି ଗଲୁକି ତୁହି ଆରେ

କାହା ପ୍ରେମରେ ପରା


ପ୍ରଥମ ପ୍ରେମର ରଙ୍ଗ

ଲାଗେ ଆହା କେଡ଼େ ସୁନ୍ଦର

ପର ବି ହୁଏ ପୁଣି

ସିଏ ପରା ସତେ

ଭାରି ନିଜର ନିଜର


ମନ ପ୍ରଜାପତି

ଉଡ଼ି ବୁଲେ ଦେହ ସାରା

ପାଗଳ ଭଅଁର

ଧାଇଁ ଆସେ ପୁଣି

ପାଇଲେ ଟିକିଏ ଈଶାରା


ଖିଲି ଖିଲି ହସ

ମୋହିନିଏ ମନ

ମିଠା ମିଠା କଥାରେ

ଆଉ ରହେ ନାହିଁ

କେଉଁଠାରେ ଧ୍ୟାନ


ସବୁ ରାତି ଲାଗେ

ପୂର୍ଣ୍ଣିମା ର ରାତି ପରି

ସବୁ ଦିନ ଲାଗେ

ବସନ୍ତଋତୁ ର ଦିନ ପରି


କୁହୁ କୁହୁ ଗାଏ

ମନ ଉପବନେ

କୋଇଲି ର ସ୍ୱର

ପ୍ରେମର ରଙ୍ଗ ରେ

ମନ ହୁଏ ଆତ୍ମବିଭୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract