"ପ୍ରଥମ ପ୍ରେମର ରଙ୍ଗ"
"ପ୍ରଥମ ପ୍ରେମର ରଙ୍ଗ"
ଚିକିମିକି ପ୍ରଜାପତି
ବସିଲେଣି ଗୋରି ଆଲୋ
ତୋ ଦେହ ସାରା
ପଡି ଗଲୁକି ତୁହି ଆରେ
କାହା ପ୍ରେମରେ ପରା
ପ୍ରଥମ ପ୍ରେମର ରଙ୍ଗ
ଲାଗେ ଆହା କେଡ଼େ ସୁନ୍ଦର
ପର ବି ହୁଏ ପୁଣି
ସିଏ ପରା ସତେ
ଭାରି ନିଜର ନିଜର
ମନ ପ୍ରଜାପତି
ଉଡ଼ି ବୁଲେ ଦେହ ସାରା
ପାଗଳ ଭଅଁର
ଧାଇଁ ଆସେ ପୁଣି
ପାଇଲେ ଟିକିଏ ଈଶାରା
ଖିଲି ଖିଲି ହସ
ମୋହିନିଏ ମନ
ମିଠା ମିଠା କଥାରେ
ଆଉ ରହେ ନାହିଁ
କେଉଁଠାରେ ଧ୍ୟାନ
ସବୁ ରାତି ଲାଗେ
ପୂର୍ଣ୍ଣିମା ର ରାତି ପରି
ସବୁ ଦିନ ଲାଗେ
ବସନ୍ତଋତୁ ର ଦିନ ପରି
କୁହୁ କୁହୁ ଗାଏ
ମନ ଉପବନେ
କୋଇଲି ର ସ୍ୱର
ପ୍ରେମର ରଙ୍ଗ ରେ
ମନ ହୁଏ ଆତ୍ମବିଭୋର
