STORYMIRROR

Ajay kumar Behera

Romance

2  

Ajay kumar Behera

Romance

ପ୍ରଥମ ପ୍ରେମର ରଙ୍ଗ

ପ୍ରଥମ ପ୍ରେମର ରଙ୍ଗ

1 min
2.7K


କେଉଁ ଏକ ଆକସ୍ମିକ

ଶୁଭ ମୁହୂର୍ତ୍ତରେ

ପ୍ରେମର ରଙ୍ଗ ଲାଗଇ

ପୁଣି ଧୀରେ ଧୀରେ।୧।


ଥରେ ପ୍ରେମ ହେଇଗଲେ

ଜାଣି ହୁଏ ନାହିଁ

କଥା ହେଉଥିଲେ ପୁଣି

ଯାଇ ହୁଏ କାହିଁ।୨।


ମିଠା ମିଠା କେତେ କଥା

ଆପେ କହି ହୁଏ

କହୁ କହୁ କେତେ କଥା

ସନ୍ଧ୍ୟା ହେଇ ଯାଏ।୩।


ପ୍ରେମର ସେ ଆଳାପ ଯେ

ଲାଗେ କେତେ ଭଲ

ଜାଣି ହୁଏ ନାହିଁ ପୁଣି

ଠିକ ଅବା ଭୁଲ।୪।


ଟାହି ଟାପରାକୁ ସତେ

ଲାଗେ ନାହିଁ ଡ଼ର

ସବୁ ବେଳେ ସେଇ ମୁହଁ

ଲାଗଇ ନିଜର।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance