STORYMIRROR

subrat kumar jena

Romance

3  

subrat kumar jena

Romance

ପ୍ରଥମ ପ୍ରେମିକାର ପ୍ରଥମ ପ୍ରେମ

ପ୍ରଥମ ପ୍ରେମିକାର ପ୍ରଥମ ପ୍ରେମ

1 min
287

ପ୍ରେମ ପ୍ରେମିକ ଆଉ ପ୍ରେମିକା ଗୋଟେ ଗୋଟେ ଭାବନା

କିଛି ଜୀବନର ସ୍ଥାୟୀତ୍ୱକୁ ପ୍ରକାଶ କରେତ

ଆଉ କିଛି କିଛି ଆଶା ଭିତରେ ନିରାଶାର ଭାବନାକୁ ଦେଖାଏ

ମୁଁ ଯୋଉଦିନ ଦେଖିଥିଲି ଘାସ ଉପରେ ବୁନ୍ଦା ବୁନ୍ଦା କାକର ଟୋପା

ବଡ଼ ଆଚମ୍ବିତରେ କିଛି କ୍ଷଣ ଚାହିଁରହିଥିଲି

ମନେ ମନେ ଭାବି ଖୁସିହୁଏ ବର୍ଷାର ବୁନ୍ଦାକୁ ଦେଖି

ଅନେକ ଗୁଡିଏ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବସେ ମୁଁ

ହେଲେ ଯେଉଁଦିନ ମହାଭାରତରେ ଶୁଣିଥିଲି ରାଧା କୃଷ୍ଣଙ୍କୁ

ମନରେ କୌତୁହଳ ଜାଗି ଉଠିଥିଲା ବଂଶୀର ଯାଦୁ ବିଷୟରେ

କିନ୍ତୁ ଯେବେ ଯେବେ ପକ୍ଷୀ ଯୋଡିଙ୍କୁ ବାରମ୍ବାର ଦେଖେ ଘର ପାଖେ

ଇଛା ନଥିଲେ ଆଖି ଲାଖିଯାଏ ସେମାନଙ୍କ ଉପରେ

ମନରେ ଉଠେ ଜିଜ୍ଞାସା "ଏ ପ୍ରେମ କଣ"ଏ କଣ ଖାଲି ପକ୍ଷୀଙ୍କ ଲାଗି

ମନେ ମନେ କହିଚାଲେ ଏ ଏକ ଆଦୃଶ୍ୟ ସୁତାର ଖିଅ

ଜାହା ବାନ୍ଧେ ସମ୍ପର୍କକୁ ବାରମ୍ବାର ପ୍ରତି ପାଦରେ ପ୍ରତି କ୍ଷଣରେ

ହେଲେ ତୁମେ ଯେବେ ପ୍ରଥମେ ଆବ୍ରିଭାବ ହେଲ ମୋ ଜୀବନ ଆକାଶେ

ଅଚାନକ ଖେଳିଯାଇଥିଲା ସପ୍ତ ରଙ୍ଗର ରଙ୍ଗୋଲି ଇନ୍ଦ୍ରଧନୁରେ

ବିନା ବର୍ଷାରେ ମୁଁ ଭିଜିଥିଲି ଅନେକ ସମୟ ଜାଏ

କେହି ନଥିଲେ ମୋତେ ଅଟକାଇବାକୁ କାରଣ ମନ ଜମା ମାନୁ ନଥିଲା

ତୁମେଜେ ମୋ ପାଖରେ ଥିଲ

ତୁମର ସେ ପହିଲି ଉନ୍ମାଦନା ଠିକ ତୁମର ଗୀତର ଲାଳିତ୍ୟ ସ୍ୱର ପରି

ବାନ୍ଧିଦିଏ ଅଜଣା ଆଦୃଶ୍ୟ ଫିତାରେ ଜନ୍ମ ଜନ୍ମାନ୍ତର ଲାଗି

ବହୁଦିନ ପରେ ବୁଝିଲି ନୀଳ କଇଁ ଆଉ ଜହ୍ନର ପ୍ରେମ କାହାଣୀକୁ

ଏଥିଲାଗିତ ପହିଲିବର୍ଷାରେ ନାଚି ନାଚି ବେଦମ ହୁଏ ମୟୂରୀ

କ୍ଲାନ୍ତ ହେବା ଯାଏ ଅବିଶ୍ରାନ୍ତ ଭାବରେ ବଣ ମୁଲକରେ

ହଁ ସେ ପ୍ରେମିକା କେବେ ନୀଳ ରଙ୍ଗର କୃଷ୍ଣଙ୍କର

ଆଉ କେତେ ବେଳେ ଶୁଣେଇଥାଏ କେଦାର ଗୌରୀ କାହାଣୀକୁ

ହେଲେ ଯୁଗେ ଯୁଗେ ପ୍ରେମ ବି ଅମର ଆଉ ପ୍ରେମିକା ଲାଗି ପ୍ରେମିକ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance