STORYMIRROR

rasmi maye pati

Inspirational

3  

rasmi maye pati

Inspirational

ପ୍ରଥମ ଗୁରୁ

ପ୍ରଥମ ଗୁରୁ

1 min
243

ଯା ପଣତ ତଳେ ମମତାର ଗଙ୍ଗା 

 ବହୁଥାଏ ଝର ଝର

ଯାର ପାଦ ତଳେ ଧୈର୍ଯ୍ୟର ପାହାଡ଼

  ମଥା ନୁଆଇଁ ତାହାର ୧


ଦେବତାଙ୍କ ଠାରୁ ଯାର ସ୍ଥାନ ଉଚ୍ଚ

  ସେହି ନାରୀ ମହିୟସୀ

ବିଶାଳ ହୃଦୟ ଜନନୀ ମୋହର

 ସ୍ୱର୍ଗାଦପି ଗରୀୟସି ୨


ଅନ୍ଧକାରମୟ ସଂସାର ଭିତରେ 

  ପ୍ରଥମ ଆଲୋକରେଖା 

ଦେଖାଇଲା ମୋତେ ନୂତନ ଆଲୋକ

  ସିଏ ମୋର ପ୍ରାଣଦାତା ୩


ହାତ ଧରି ମତେ ଚାଲି ଶିଖାଇଲା 

 ସଂସାର ଲମ୍ବା ରାସ୍ତାରେ

ଜ୍ଞାନର ଆଲୋକ ଦେଖାଇଲା ମତେ 

 ତାର ମମତା ସ୍ପର୍ଶରେ ୪


ଜୀବନ ରାସ୍ତାର ପଥ ପ୍ରଦର୍ଶକ

 ପ୍ରଥମ ଗୁରୁ ସେ ମୋର

ମୋର ପାଇଁ ସିଏ ଜ୍ଞାନର ଭଣ୍ଡାର

 ତା ଆଗେ ତୁଚ୍ଛ ସଂସାର୫


ସ୍ନେହ ମମତାର ଭଣ୍ଡାର ଘର ସେ

 ମମତାର ପ୍ରତିମୂର୍ତ୍ତି

ତା ଆଶୀର୍ବାଦରେ ମୋ ସଂସାର ଆଜି

 ଉଜ୍ଜଳମୟ ହୋଇଛି୬


ମୋ ପ୍ରଥମ ଗୁରୁ ବି ଜନନୀ ଆଗରେ

 ମଥା ନତ ପ୍ରଣିପାତ

ମୋ ଉପରେ ସଦା ରହୁଥାଉ ତାର

 ସ୍ନେହ ମିଶା ଆଶୀର୍ବାଦ ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational