STORYMIRROR

Adyasha Das

Inspirational Others

3  

Adyasha Das

Inspirational Others

ପୃଥିବୀ ଯେ ଗୋଟିଏ ମାତ୍ର

ପୃଥିବୀ ଯେ ଗୋଟିଏ ମାତ୍ର

1 min
378


ତୁମେ ମାଡି ଚାଲ ଆଗକୁ

ପଛକୁ ଫେରିବାର ଚିନ୍ତାକୁ

ବହୁ ପଛରେ ପକାଇ ।

ଖାଲି ଥିବ ତୁମେ ଓ ତୁମର

ଧୂମକେତୁ ସମ ତୀବ୍ରତା ।

ସାଗର ସମ ଗଭୀର ତୁମର ଲକ୍ଷ୍ୟ

ଆଉ ଆକାଶଗଙ୍ଗା ପରି ବିଶାଳ

ତୁମର ସ୍ୱପ୍ନର ମଞ୍ଚ ।

ହେଲେ,

ଶହ ଶହ ଗ୍ରହ ଉପଗ୍ରହ ପରି

ଘୁରି ବୁଲୁଛନ୍ତି ତୁମ ଚାରିପାଖରେ

ତୁମର ପ୍ରତିଦ୍ୱନ୍ଦୀ ମାନେ

ଲକ୍ଷ୍ୟ ସଭିଙ୍କର ଏକ

ସେଇ ସ୍ୱର୍ଣ୍ଣ ପଦକ ।

ହେଲେ, ତୁମେ ସାହସ ହାର ନାହିଁ ,

ଆଉ ମନେରଖ

ତୁମେ ସ୍ୱତନ୍ତ୍ର

କାହିଁକି ନା

ଏ ସାରା ବ୍ରହ୍ମାଣ୍ଡରେ

ପୃଥିବୀ ଯେ ଗୋଟିଏ ମାତ୍ର ।


Rate this content
Log in

Similar oriya poem from Inspirational