STORYMIRROR

Adyasha Das

Others

3  

Adyasha Das

Others

ହଁ, ମୋତେ ବାଧିଲା

ହଁ, ମୋତେ ବାଧିଲା

1 min
804


ହଁ, ତୁମ ହସ ମୋତେ ବାଧିଲା

ପିଠିରେ ନିସ୍ତୁକ ମାଡ ଠାରୁ ବେଶୀ କାଟିଲା

ନାଁ, ତୁମ ଖୁସି ରେ ମୁଁ ଦୁଃଖିତ ନୁହେଁ

ହେଲେ, ମୋତେ କଡମଡ ହୋଇ

ଭାଙ୍ଗିବାର ଦେଖି

ତୁମେ ଯେଉଁ ହସି ଦେଲ

ତାହା ମୋତେ ବାଧିଲା ।


ହଁ, ତୁମ ରୋଷ ମୋତେ ବାଧିଲା

ତତଲା ବାଲିରେ ଚାଲି

ହୋଇଥିବା ଫୋଟକାଠାରୁ ବେଶୀ କାଟିଲା

ନାଁ, ଅଭିମାନ କରୁ ନାହିଁ ମୁଁ

କିନ୍ତୁ, ୟା ତାଠୁ ଶୁଣି

ମୋତେ କହିବାକୁ ନ ଦେଇ

ତୁମେ ଯେଉଁ ରାଗ କଲ

ତାହା ମୋତେ ବାଧିଲା ।


ହଁ, ତୁମର ଉପେକ୍ଷା ମୋତେ ବାଧିଲା

ଗର୍ଭ ଯନ୍ତ୍ରଣାଠାରୁ ବେଶୀ କାଟିଲା

ନାଁ, ତୁମକୁ ଦେଉ ନାହିଁ ମୋ କଷ୍ଟ ର ହିସାବ

କିନ୍ତୁ, ତୁମ ଜୀବନର ସବୁ କ୍ଷଣରେ

ମୁଁ ସ୍ୱଇଛ୍ଛାରେ ନିଜକୁ ନିୟୋଜିତ କଲା ପରେ

ଓ ତୁମେ ପ୍ରତ୍ୟକ୍ଷ ବା ପରୋକ୍ଷରେ

ମୋର ଉପସ୍ଥିତି ଲୋଡିବା ପରେ

ମୋତେ ଯେଉଁ ଅଲୋଡା ସଜାଇ ଦେଲ

ତାହା ମୋତେ ବାଧିଲା ।


ହଁ, ତୁମର ନୀରବତା ମୋତେ ବାଧିଲା

କାହାର ବୁକୁଫଟା ଚିତ୍କାର ଠାରୁ ବେଶୀ ଶୁଭିଲା

ନାଁ, ମୁଁ ବିରକ୍ତ ହେଉ ନାହିଁ

କିନ୍ତୁ, ମୋ ପାଇଁ ତୁମ ମନରେ ଥିବା

ରାଗ-ରୁଷା, କ୍ଷୋଭ-ଯନ୍ତ୍ରଣାକୁ

ମୋତେ ଖୋଲି ନ କହି

ତୁମେ ଯେଉଁ ଚାପି ରଖିଲ

ମୋତେ ବାଧିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍