STORYMIRROR

Adyasha Das

Others

5.0  

Adyasha Das

Others

ମହିଷାସୁର ର ଅଭିବ୍ୟକ୍ତି

ମହିଷାସୁର ର ଅଭିବ୍ୟକ୍ତି

1 min
609


ମୁଁ ଯେ ଭଲ ପାଇ ବସିଛି ତୁମ ଦେହକୁ

ମନକୁ ବୋଲି ରହିବ ନାହିଁ ଭ୍ରମରେ

ମୁଁ ଯେ ଭଲ ପାଇ ବସିଛି

ତୁମର ଲୋଭନୀୟ ରୂପ କୁ

ତୁମର ଗୁଣକୁ ନୁହେଁ

ଜାଣି ରଖ

ମୁଁ ସ୍ୱାର୍ଥପର

ତୁମ ଭାବନା ଠାରୁ ଅନେକ ଉର୍ଦ୍ଧ୍ଵରେ

ମୁଁ ନୃଶଂସ

ଅନେକ ପରିମାଣରେ

ମେଣ୍ଟାଇବାକୁ ମୋର ପିପାସା

ମୁଁ ସାଜି ପାରେ ବର୍ବର

ମୁଁ ଆଦିମତାର ବଶବର୍ତ୍ତୀ

କରି ପାରେ ତୁମକୁ ଅକ୍ଳେଶରେ ବିବସ୍ତ୍ର

ତୁମେ ଚିତ୍କାର କରିବ, ଚିଲେଇବ

ବୁକୁ ଫଟା ରୋଦନ କରିବ

ହାତ ଗୋଡ ମଧ୍ୟ ମାରିବ

ତଥାପି ମୁଁ ଥମିବିନି

କ୍ଷତାକ୍ତ କରି ଚାଲିଥିବି

ତୁମର ଦେହ ଆଉ ମନକୁ

କାହିଁକି ନା ମୁଁ ସୁପୁରୁଷ ନୁହେଁ

ପୁରୁଷ ରୂପରେ ମହିଷାସୁର

ମୁଁ ଅଜୟ, ମୁଁ ଅମର

ତୁମେ ହଜାଇ ପାରିବନି ମୋର ସତ୍ତା ।

କିନ୍ତୁ, ହେ ନାରୀ,

ମୋତେ ଦମନ କରିବାକୁ ହେଲେ

ତୁମକୁ ଚିହ୍ନିବାକୁ ପଡିବ ତୁମ ପାରିବା ପଣିଆକୁ

ଅଙ୍ଗୀକାର କରିବାକୁ ହେବ

ଦୂର୍ଗତିନାଶିନୀ ବେଶ

ଧରିବାକୁ ପଡିବ ନିଜ ଆତ୍ମ ସମ୍ମାନର ତ୍ରିଶୂଳ

ତେବେ ଯାଇ ଶେଷ ହେବି ମୁଁ

ଅବଦମିତ ହେବ ମୋର ଆଦିମତା

ଆଉ ଉଡିବ ଧ୍ୱଜା

ନାରୀ ସଶକ୍ତିକରଣର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍