Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Adyasha Das

Others

3  

Adyasha Das

Others

ଆଉ ଏକ ରାମାୟଣ

ଆଉ ଏକ ରାମାୟଣ

1 min
224


ସାଗର ବେଳାରେ ଅସ୍ତମିତ ସୂର୍ଯ୍ୟ

ଲୋହିତ ବର୍ଣ୍ଣେ ଉଦ୍ଭାସିତ ଗଗନ

ବିହଙ୍ଗ ମାନଙ୍କର ଆପଣା ନୀଡ କୁ ଆଗମନ

ସାଗରେ ଲହରୀ ମାନେ ଗର୍ଜନ କରି କରନ୍ତି

ସୁନ୍ଦର ଏକ ସଂଧ୍ୟା କୁ ଆବାହନ ।


ମତୁଆଲା କରେ ପବନର ପ୍ରବାହ

ହୃଦୟଙ୍ଗମ କରାଏ ପ୍ରତି କ୍ଷଣ

ଯେ, ତୁମ ବିନା ଜୀବନ ଏ ଦୁର୍ବିସହ

ହେଲେ,

ଡର ଏତିକି ଯେ

ସମ୍ଭାବନା ଦିଶୁ ନାହିଁ ଆମ ମିଳନର ଆଉ

ଓ ପୂର୍ଣ୍ଣଛେଦ ପଡିଯିବ ଆମ କାହାଣୀ ରେ ଅଧାରେ

ତୁମେ ଆଉ ମୁଁ ଥାଉଁ ଥାଉଁ ।


ତଥାପି,

ମନ ମୋର ବୁଝିଛି ଏତିକି

ଆଉ କରୁଛି ପ୍ରଳାପ

ସୀତା ପରି କରିଛ ଯେବେ ମୋତେ ନିର୍ବାସିତ

ତେବେ,

ଆଉ ଗୋଟିଏ ରାମାୟଣ

ଲେଖା ହେବା ଟା ସୁନିଶ୍ଚିତ ।


Rate this content
Log in