STORYMIRROR

Adyasha Das

Others

3  

Adyasha Das

Others

ଦର୍ପଣ

ଦର୍ପଣ

1 min
614


ମୁଁ ଆଜି ମୋ ନିଜକୁ ଦେଖିଲି ଦର୍ପଣ ରେ

ଏମିତି ନୁହେଁ ମୁଁ ଆଜି ପ୍ରଥମ ଥର ଦେଖିଲି

ଅନ୍ୟ ଦିନେ ଦେଖେ

ଶୃଙ୍ଗାର କରିବାକୁ

ହେଲେ, ଆଜି ଦେଖିଲି ସେ ସବୁ ଅଳଙ୍କାରମାନ

ଯାହା ଲୁଚି ରହିଛି ମୋ ହୃଦୟରେ

ଅକୁହା କଥା ରୂପ ନେଇ ।

ଇଚ୍ଛା ହେଲା

ଥରେ କାଢି ଆଣି ନାଇବାକୁ

ସଜାଇବାକୁ ନିଜକୁ

ପଡି ପଡି କାଳେ କଳଙ୍କି ଲାଗିଯିବ ।

ହେଲେ, ଡର ଲାଗିଲା

ଝାଡି ଝୁଡି ପିନ୍ଧି ଦେଲେ

ଯଦି କାହାର ନଜର ଲାଗି ଯିବ

ତୁଣ୍ଡ ବାଇଦ ଭଳି

ଏ ଖବର ବି ବୁଲି ଆସିବ ସହସ୍ର କୋଷ

ପୁଣି ନଜର ପଡିବ

କେତେ ଚୋର ତସ୍କର ମାଫିଆଙ୍କର

ଲୁଟି ନେବାକୁ ବେଳ ଉଣ୍ଡି ବସି ଯିବେ ସବୁ ।

ହେଲେ ଲୁଟାଇ ସାରିବା ପରେ

ମୋ ପାଖରେ ନଥିବ

ଆଉ ସମୟ କି ଧୈର୍ୟ୍ଯ

ସେ ସବୁକୁ ଛଡାଇ ଆଣିବାକୁ

ବା ସାଉଁଟି ଆଣିବାକୁ

ସେଇ ଛିନ୍ନଭିନ୍ନ ଭଗ୍ନାଂଶ ଗୁଡିକୁ ।

ତେଣୁ ମନସ୍ଥ କରିଛି,

ସେମିତି ସାଇତି ରଖିବି

ମୋ ହୃଦୟ ଦରାଜରେ

ମନେ ଯଦି ପଡେ

ତେବେ ଦେଖି ଆସିବି କେବେ କେବେ ପୁଣି

ଏମିତି ଆଇନା ଜରିଆରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍