ଝର୍କା ସେପାଖ ପୃଥିବୀ
ଝର୍କା ସେପାଖ ପୃଥିବୀ
1 min
299
ଝର୍କା ସେପାଖ ପୃଥିବୀ
କୋଳାହଳମୟ
ଝିଙ୍କାରୀର ଝିଁ ଝିଁ ରେ ,
ଆଉ ଝର୍କାର ଏପାଖେ
ନୀରବ ନିଶ୍ଚଳ ମନ ।
ଝର୍କା ସେପାଖ ପୃଥିବୀ
ବର୍ଷା ର ଅଜସ୍ର ବୁନ୍ଦା ରେ ଆର୍ଦ୍ର ,
ହେଲେ ଏପାଖେ
ମାଇଲ ମାଇଲ ବ୍ୟାପ୍ତ ଶୁଷ୍କତା ।
ଝର୍କା ସେପାଖ ପୃଥିବୀ
ପ୍ରେମମୟ ପ୍ରକୃତି ର ଆଲିଙ୍ଗନ ରେ,
ଆଉ ଏପାଖେ
ବିରହରେ ଜର୍ଜରିତ ଏକାକୀତ୍ୱ ।
