ପୃଥ୍ବୀ ମୋର ବିନୋଦିନୀ ମୟ
ପୃଥ୍ବୀ ମୋର ବିନୋଦିନୀ ମୟ
ମୁଁ ଯେଉଁଠିକି ଅନାଇଲେ
ଦିଶେ ଖାଲି ବିନୋଦିନୀ ରୂପ,
ମୁଁ ଯାହା ସବୁ ଭାବୁଥିଲେ
ଆସେ ଖାଲି ବିନୋଦିନୀ ଛାପ ।।
ଶୋଇଥିଲେ ବସିଥିଲେ
ଠିଆ ହେଲେ ପାଦ ପକାଇଲେ
ସବୁବେଳେ ଖାଲି ବିନୋଦିନୀ ।
ପଢ଼ୁଥିଲେ ଲେଖୁଥିଲେ
ହସୁଥିଲେ କାନ୍ଦୁଥିଲେ
ସବୁବେଳେ ସେହି ବିନୋଦିନୀ ।।
ଘରେ ବାହାରେ
ରାସ୍ତାରେ ଘାଟରେ
ମର୍ତ୍ତ୍ୟରେ ଆକାଶରେ
ପ୍ରତି ମୁହୂର୍ତ୍ତରେ
ବିନୋଦିନୀ ପ୍ରାୟ ।
ହାତ ବଢ଼ାଇଲେ ବିନୋଦିନୀ
ମୁଣ୍ଡ ଉଠାଇଲେ ବିନୋଦିନୀ
ଜନ୍ମ ଜନ୍ମାନ୍ତରେ ବିନୋଦିନୀ
କାରଣ ପୃଥ୍ବୀ ମୋର ବିନୋଦିନୀ ମୟ ।।

