STORYMIRROR

Hasyamayee Raj

Abstract

2  

Hasyamayee Raj

Abstract

ପ୍ରତାରଣାର ସ୍ବର

ପ୍ରତାରଣାର ସ୍ବର

1 min
440

ପ୍ରତାରଣାର

ପାହାଡ଼ ଉପରେ ବସି

ତଳକୁ ଚାହିଁଚୁ ମୁଁ, 

ଲେଉଟାଉଛି

ଅତୀତର ଫର୍ଦ୍ଦ

ସେ ମୋତେ

ଦାନ୍ତ ନିକୁଟି ହସୁଚି

ଆଉ କହୁଚି

ହାରିଯାଇଛୁ ତୁ  

ହେଲେ ମୁଁ ...

ମୋ କଥା ଆଉ ଭାବୁନି

ତୁମ କଥା ଭାବୁଚି 

ମୋ ଭିତରେ ତ

ମୁଁ ବନ୍ଦୀ ଅଛି

ଅବ୍ଯକ୍ତ କୋହକୁ ଚାପିରଖି 

ହେଲେ ତମେ

ପରିପୁର୍ଣ ସଂସାର ଭିତରେ ବି

ଲୁହ ପିଉଥିବ

ନା ହସିପାରୁଥିବ

ନା କାନ୍ଦିପାରୁଥିବ  

ଅନୁତାପର ଶରଶଯ୍ୟାରେ

ମୁହୁର୍ତ୍ତ ଗୁଡା ଲମ୍ବିଯାଉଥିବ

ଯୋଜନ ଯୋଜନ ଦୂର

ଆଉ ତୁମେ

ପ୍ରତିଟି ଲୁହ ବିନ୍ଦୁ ଭିତରେ

ଦେଖୁଥିବ ହୁଏତ

ପ୍ରତିଛବି ମୋର

ତିଳ ତିଳ

ଦଗ୍ଧୀଭୂତ କରୁଥିବ ତୁମକୁ

ପ୍ରେମକୁ ପ୍ରତାରଣାରେ

ବଦଳେଇ ଦେଇଥିବା

ତୁମର ସେଇ ଘୃଣ୍ୟ ସ୍ଵର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract