STORYMIRROR

Indrabadal Mohanty

Romance

3  

Indrabadal Mohanty

Romance

ପ୍ରତାରଣାର ମାୟା ଜାଲରେ

ପ୍ରତାରଣାର ମାୟା ଜାଲରେ

1 min
120

ଆଜି ଭି ତୁ ମନେପଡୁ

ମୋ ପ୍ରତ୍ୟକ ସ୍ପନ୍ଦନରେ,


ସତରେ ରହିଛୁ ଚତୁର୍ପାଶ୍ୱରେ

ମୋ ମନ ରାଇଜର ଗନ୍ତାଘରେ।


ତୋର ପ୍ରତ୍ୟକ ହାବଭାବ

ସର୍ଵଦା ଚିତ୍ର ଆଙ୍କି ଉଠେ ମୋ ଆଗରେ,


ତୋ ନଟଖଟି ଚେହେରା ପୁଣି

ଭାସି ଆସେ ଆଜି ଭି ମୋ ପ୍ରତ୍ୟକ ନିଶ୍ୱାସରେ।


ସମ୍ପର୍କର ଖେଳରେ ମୁଁ ତୋ ଠାରୁ ହାରିଗଲି ସିନା

ତୁ ରହିଗଲୁ ମୋ ପ୍ରତ୍ୟକ ସ୍ୱପ୍ନରେ,


ତୋ ବିନା ଚାଲିବା କଷ୍ଟ ହେଉଥିଲେ ସୁଦ୍ଧା

ଚାଲିବି ତୋ ପ୍ରତାରଣର ସ୍ମୃତିକୁ ସାଥିରେ ନେଇ ଜୀବନ ଚଳାବାଟରେ।


ବୁଝିପାରିଲୁ ନାହିଁ ତୁ ମତେ ତଥାପି ଆଜି ଭି ଘର କରି ନେଇଛୁ

ମୋ ହୃଦୟର ପ୍ରତ୍ୟକ କୋଣ ଅନୁକୋଣରେ,


ଜାଣିପାରିଲି ନାହିଁ ଆଜି ବି ତୋ ମନର ଭାବନାକୁ ତଥାପି

ଆଜି ଭି ଭଲପାଏ ତତେ ସବୁଠାରୁ ଅଧିକ ଏ ଦୁନିଆରେ।


ଜାଣି ଜାଣି ଫସାଇଲୁ ତୁ

ତୋ ପ୍ରତାରଣା କେନ୍ଦ୍ର କରି କପଟି ଜାଲରେ,


ଛଳନାର ଅଗ୍ନିଶିଖାରେ ଜଳାଉଛୁ ମତେ ତୁ

ଗୋରୀ ତୋର ନିର୍ଦୟୀ ହୃଦୟରେ।


ମୁଁ ସିନ୍ଦୁର ଟୋପାଏ ଦେଇପାରିଲି ନାହିଁ ଗୋରୀ

ସିଂଥିରେ ତୋର ।


ଏତିକି କହୁଛି ମନେରଖୀ ଥା ରେ ଗୋରୀତୁ

ତୋ ହୃଦୟରେ ଥିବି ମୁଁ ଯେବେ ବି ପିନ୍ଧିବୁ ତୁ ଆଉ କାହା ପାଇଁ ସିନ୍ଦୁର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance