STORYMIRROR

Anirudha Kund

Classics

3  

Anirudha Kund

Classics

ପ୍ରତାରଣା

ପ୍ରତାରଣା

1 min
224


ଭୂତାଣୁ ଭୈରବର ରୌରବ 

ଭାଙ୍ଗିଦେଇଛି ବିଜ୍ଞାନର ଗୌରବ

ଫରକ ପଡୁନି କିଛି

କିଏ ଏଠି ପାଣ୍ତବ 

ଆଉ କିଏ ଏଠି କୌରବ


ରାସ୍ତାଘାଟ ଶୁନଶାନ୍ 

ଚାରିଆଡେ ଖାଲି କୋଳାହଳ

ଦିଶୁନି ଜନଗହଳ

ପାଣି ଆଉ ପବନରେ ବିଷ ହଳାହଳ


ଅଦୃଶ୍ଯ ଆତଙ୍କର ହାତ ମୁଠାର

ଚାରି କାନ୍ଥ କୋଠରି କୋଣରେ

ଚେମାଣିଆ ପରି ଝୁଲୁଛି

 ଚାଲାକ ଚତୁର ମଣିଷ ଜୀବନ 


ଆଭିଜାତ୍ୟ ପୂର୍ଣ୍ଣ ପାଶ୍ଚାତ୍ଯ ସଂସ୍କୃତି

ପାଇଛି ପ୍ରକୃତିର ଶକ୍ତ ଚଟକଣା

ଅଣାୟତ ଅହଂକାର

 ଅଣସର ଘରେ ବାଟବଣା

ଆତ୍ମଚିନ୍ତନ କହେ 

 ସନାତନ ସଂସ୍କୃତିର ପ୍ରତାରଣା 

ଘୁରାଏ ସଭିଁକୁ ହରଡ ଘଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics