STORYMIRROR

Biswanath Nayak

Inspirational Others

4  

Biswanath Nayak

Inspirational Others

ପ୍ରତାରଣା

ପ୍ରତାରଣା

1 min
334


ଗୀତା ଭାଗବତ

ପୁରାଣ ଓ ବେଦ

ସବୁ ପଢେ ଏ ମଣିଷ,

ଶୁଣେ ପ୍ରବଚନ

ନାମ ସଂକୀର୍ତ୍ତନ

ଉପନିଷଦ ସନ୍ଦେଶ। 

ମନ୍ଦିର ବି ଯାଏ

ମସଜିଦ ଯାଏ

ଯାଏ ଗୀର୍ଜା ଗୁରୁଦ୍ଵାର,

ସବୁଠି ବିରାଜେ

ଧର୍ମର ବିଜୟ

ପୁଣ୍ୟର ହସ୍ତାକ୍ଷର। 

ଧର୍ମ ଓ ଅଧର୍ମ

ପାପ ଆଉ ପୁଣ୍ୟ

ପ୍ରଭେଦ ଜାଣେ ମଣିଷ,

ତଥାପି କାହିଁକି

ଜାଣିଶୁଣି ପିଏ

ପାପ ଓ ଅଧର୍ମ ବିଷ!

ଯେତିକି ସମୟ

ତା ମନରେ ଥାଏ

ଗୀତା ଭାଗବତ କଥା,

ଅସତ୍ୟ, ଅଧର୍ମ

ଲାଗେ ବିଷପରି

ଶ୍ମଶାନବୈରାଗ୍ୟ ଯଥା। 

ପୁଣି ଫେରିଆସି

ସଂସାରଜଞ୍ଜାଳେ

ଭୁଲିଯାଏ ସେହିକଥା,

ଜାଣିଣ ସତ୍ୟକୁ

କାମେ ନ ଲଗାଏ

ପୋଥିବାଇଗଣ ଯଥା। 

ଅନ୍ୟର ସମୀକ୍ଷା

କରେ ସେ ସର୍ବଦା

ନକରି ଆତ୍ମସମୀକ୍ଷା,

ବାହ୍ୟଜ୍ଞାନ ସବୁ

କରେ ଆହରଣ

ନକରେ ଆତ୍ମିକଶିକ୍ଷା। 

ନିଜ ଉଚ୍ଚାରଣ

ଆଚରଣ ମଧ୍ୟେ

ରହେନାହିଁ ତାଳମେଳ,

ସେଥିପାଇଁ ଯେତେ

ଉପଦେଶ ଦିଏ

ହୁଏ ସେ ସବୁ ବିଫଳ। 

ନିଜ ମନ ଯେବେ

ସତ ଜାଣିଶୁଣି

ତାହା ନକରେ ଧାରଣ,

ନିଜ ସହ ସାର

ପ୍ରତାରଣା ଖାଲି

ବୃଥା ଜ୍ଞାନ ଆହରଣ। 

ବୁଝିକି ଅବୁଝା

ଜାଣିକି ଅଜଣା

ଯଦି ଏ ମଣିଷ ହୁଏ,

ଜାଣିଶୁଣି ଯିଏ

ଚେଇଁ ଶୋଇଥିବ

ତାକୁ ଉଠେଇବ କିଏ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational