STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Romance

2  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Romance

------ପ୍ରତାରିତ ପ୍ରେମିକ-----

------ପ୍ରତାରିତ ପ୍ରେମିକ-----

2 mins
100

ପ୍ରେମ କରୁଥିଲି ଏବେ ବି କରୁଛି

   ପାରୁନି ପ୍ରେମକୁ ପାଇ

ପ୍ରେମ ପ୍ରତାରଣା ଧକ୍କା ଖାଇ ଖାଇ

   ନିରାଶ ପ୍ରେମିକ ମୁହିଁ


ତଥାପି ସଂଗ୍ରାମ ଜାରି ମୁଁ ରଖିଛି

  ଖୋଜୁଛି ସଫଳ ପଥ

ବରଷକୁ ଥରେ ପରିଶ୍ରମ କରି

   ସବୁବେଳେ ଅସମର୍ଥ


ପ୍ରତ୍ୟେକ ବରଷ ପ୍ରେମ ସପ୍ତାହରେ

   ଫ୍ରେବୁୟାରୀ ସାତ ଦିନ

ସାତ ତାରିଖରୁ ଚଉଦ ପର୍ଯ୍ୟନ୍ତ

   ଅଥୟ ହେଉଛି ମନ


ଭାଲେଣ୍ଟାଇନିର ପ୍ରଥମ ଦିନରେ 

  ତୋଳିଲି ସଦ୍ୟ ଗୋଲାପ

ଗୋଲାପ କଣ୍ଟାରେ ହାତ ଫୁଟି ଯାଇ

   ଝରୁ ଥିଲା ନାଲି ରକ୍ତ


ଧାଇଁ ଯାଇଥିଲି କେତେ ଆଶା ନେଇ

    ରକ୍ତ ଗୋଲାପକୁ ଧରି

ଦେଖିଲି ପ୍ରେମିକା ଖୁସିରେ ବସିଛି

   ମଲ୍ଲିକୁ ଗଭାରେ ମାରି


ବିରସ ବଦନେ ଫେରିଲି ସଦନେ

   ଗୋଲାପ ମଉଳି ନାହିଁ

ଦ୍ଵିତୀୟ ଦିନରେ ଭାବନା ଜାଗିଲା

   ପ୍ରପୋଜ କରିବି ଯାଇ


ସାହସ ବାନ୍ଧିଲି ନମ୍ବର ଖୋଜିଲି

  ଚିପିଲି ବୋତାମ ଯେତେ

ଫୋନ ଉଠେଇ ଜବାବ ଦେଲାନି

  ଆନମନା କଲା ମୋତେ


ଚକୋଲେଟ ଦିନ ଆସିଗଲା ପୁଣି

   ସରାଗେ ବଜାର ଗଲି

ଦେଖିଲି ପ୍ରେମିକା ଅନ୍ୟ କାହା ସଙ୍ଗେ

  ଖାଉଛି ଚକୋଲେଟ ବୁଲି


ମନକୁ ବୁଝେଇ ଭାରାକ୍ରାନ୍ତ ହୋଇ

  ଦୁଃଖରେ ଆସିଲି ଫେରି

ଅବୁଝା ନୟନେ ଝରୁଥିଲା ମୋର

  ଧାରା ଶିରାବଣ ବାରି


ନୟନ ଲୋତକ ସୁଖି ମୋ ନଥିଲା

   ଆସିଲା ଚତୁର୍ଥ ଦିନ

ଚିନ୍ତାକଲି ମନେ ଟେଡିଟିଏ ଦେଲେ

  ଖୁସି ହେବ ତାର ମନ


ପ୍ରେମୀ ଯୁଗଳଙ୍କ ଟେଡିଟିଏ ନେଇ

  ପହଂଚିଲି ପ୍ରିୟା ଘରେ

ଦେଖିଲି ପ୍ରେୟସୀ ଅଳସ ଭାଙ୍ଗୁଛି

  ଜୀବନ୍ତ ଟେଡି ସାଥିରେ


ମନ କରି ଖଟା ଫେରିଲି ଓଲଟା

  ହୃଦ କ୍ରୋଧ ମନେ ମାରି

ରାଗେ ଜର ଜର ହୃଦ ଥର ହର

  ମନ ଯାଉଥିଲା ମରି


ପଲଙ୍କରେ ବସି ପାହିଗଲା ନିଶି

   ପଞ୍ଚମେ ପ୍ରମିଜି ଦିନ

ମନ ଦୃଢ଼ କଲି ପ୍ରତିଜ୍ଞା ମୁଁ କଲି 

 ହଜି ଗଲା ମୋର ଜ୍ଞାନ


ହୃଦୟର ଝଡ଼ ନେଲା ଅନ୍ୟ ମୋଡ଼

  ଥରୁଥିଲା ମୋର ହାଡ଼

ଅଚାନକ ଗଲି ହାତ ଧରି ନେଲି

  ବର୍ଷିଲା ଗାଳିର ଝଡ଼


ତଥାପି ଆଶା ମୋ ମଉଳି ନ ଥିଲା

   ବାକି ଅଛି ତିନି ଦିନ

ନିଶ୍ଚୟ ପ୍ରେମରେ ସଫଳ ମୁଁ ହେବି

  କହୁଥିଲା ମୋର ମନ


ଚୁମ୍ବନ ଦିବସ ନାହିଁ ଅବକାଶ

   ସକାଳୁ କଲି ଗମନ

ଦେଖିଲି ପ୍ରେମିକା ହଲି ହଲି ଆସେ

  କରିବାକୁ ନଦୀ ସ୍ନାନ


ବୁଦା ମୂଳେ ରହି ଲୁଚିଗଲି ମୁହିଁ 

  ନିରୋଳା ଦେବି ଚୁମ୍ବନ

ପ୍ରେୟସୀ ଆସିଲା ବାସ ମହକିଲା

  ଅଥୟ ହୋଇଲା ମନ


ଓଗାଳିଲି ପଥ ଥରୁଥିଲା ଓଠ

  ଧରିଲି ପୁଣି ତା ହାତ

ରଣଚଣ୍ଡୀ ରୂପ କଲା ହତବାକ

 ମାରିଲା ଶକତ ନାତ


ପଡ଼ିଗଲି ତଳେ ଉଠିଲି ବିକଳେ

  ଛାଡ଼ିଗଲା ପ୍ରେମ ନିଶା

ଅତି ଦୃତ ବେଗେ ଧାଉଁଥିଲି ମୁହିଁ

 ଶୁଣିବା ପୂର୍ବରୁ ଭାଷା


ବୁଝିଲାନି ମନ ଆଲିଙ୍ଗନ ଦିନ

    ବଗିଚାକୁ ଗଲି ଧାଇଁ

ଦେଖୁଥିଲି ଖାଲି ପ୍ରେମୀ ଯୁଗଳଙ୍କୁ

  ବସିଛନ୍ତି ଯୋଡି ହୋଇ


ଖୋଜୁଥିଲି ମନେ ଦେଖିଲି ନୟନେ

    ମନର ମାନସୀ ସେହି

ନୂଆ ସାଥି ସଙ୍ଗେ ଖିଲି ଖିଲି ହସେ

  ତିଳେ ମାତ୍ର ଭୟ ନାହିଁ


ହତାସିଆ ହୋଇ ରହିଥିଲି ଚାହିଁ

  ଭକୁଆ ପ୍ରେମିକ ମୁହିଁ

ଭାଲେଣ୍ଟାଇନର ନିଶା ଛାଡି ଗଲା

 ପ୍ରତାରଣା ଖାଲି ପାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance