ପ୍ରଶ୍ନରାଜି ଜୁଟେ, ଉତ୍ତର ଚାହେଁ
ପ୍ରଶ୍ନରାଜି ଜୁଟେ, ଉତ୍ତର ଚାହେଁ
ଭାବରେ ହୋଇଣ ବଶ,
କୈକେୟୀ ମନ୍ତ୍ରଣାରେ,
ପିତା ଦେଇଥିଲେ,
ଅଯୌକ୍ତିକ ଦୁଇ କଥା,
ସତ୍ୟର ସାରଥୀ,
ବୋଲାଅ ଯଦି,
ହେ ପୁରୁଷୋତ୍ତମ ରାମ,
କିଆଁ ବିରୋଦ୍ଧ ନକଲ,
ପାଳନ କରିବାକୁ
ନଲାଗିଲା ବ୍ୟଥା? ।୧।
ପିତା ଦେଇଥିଲେ କଥା,
ତାହାକୁ ଭାବିଲ ସତ୍ୟ,
ପାଳିବା ପାଇଁ,
ବିନା ଦ୍ୱିଧାରେ,
ତତ୍ କ୍ଷଣ ଚାଲିଗଲ,
ରାଜଧରମ ଛାଡି ବନକୁ,
ରାମ, ହେ ପୁରୁଷୋତ୍ତମ,
ତୁମେ ପରା ପ୍ରଜାବତ୍ସଳ,
ପ୍ରଜାର ବିନତୀ ନଶୁଣି,
ତୁଛ କଲ ରାଜଧରମକୁ ।୨।
ରାମ,
ହେ ପୁରୁଷୋତ୍ତମ,
ନରଶ୍ରେଷ୍ଠ ରାମ,
ତୁମେ ପରା ବିନାଶି ଦୁଷ୍ଟଙ୍କୁ,
ପାଳନ କର ସତ୍ୟ ଓ ସନ୍ଥକୁ,
ସୀତା ମାତା,
ନାରୀଜାତିର ପ୍ରତୀକକୁ,
ମିଛରେ ସମାଜ ଲାଂଛନା ଦେବାରେ,
କିଆଁ ଗୁମ ସୁମ ହୋଇ ପାଲଟି ଗଲ ପଥର?,
କିଏ ଦବ ତାର ଉତ୍ତର? ।୩।
ରାବଣ ମାତା ସୀତାଙ୍କୁ,
ପୁଷ୍ପକ ବିମାନରେ,
ଛଳ, ବଳ ଓ କୌଶଳରେ
ନେଇ ଗଲା ଲଙ୍କାକୁ,
ଲଙ୍କାର ବିଜୟ ପରେ,
ପର କଥା ଶୁଣି,
ତୁମର ମନ ମଧ୍ୟରେ,
କୁଚିନ୍ତା କାହିଁକି ଭରିଗଲା?
କିଏ ତାର ଉତ୍ତର ଦେବ ଭଲା? ।୪।
ଧୋବା ଧୋବଣୀ କଳି ଶୁଣିଲ,
କୁଚିନ୍ତା ଭାବନା ପୁନଶ୍ଚ ଆସିଲା,
ଗର୍ଭବତୀ ସତୀ ସୀତାଙ୍କୁ,
ଭାଇକୁ ନିର୍ଦ୍ଦେଶ ଦେଲ,
ଛଳେ ବଣକୁ ପଠାଇଲ,
କି ଅବସ୍ଥା ଭୋଗିବେ ଏକାକି ନାରୀ,
ଘୋର ଜଂଗଲରେ,
ପ୍ରଜାବତ୍ସଳତାର ଦ୍ୱାହି ଦେଲ,
ନାରୀ ଉପର ଅତ୍ୟାଚାର କଥା ନଭାବିଲ ।୫।
ଅନେକ ସମ୍ଭାବ୍ୟ ପ୍ରଶ୍ନରାଜି,
ଜୁଟେ ମନର ମଧ୍ୟରେ ମୋର,
ଦେବ ସମାଜ କେବଳ ତାହାର ଉତ୍ତର,
ନାରୀର ଆଖିରୁ ଝରିଲେ ଲୁହ,
ରକ୍ଷା କରୁଥିଲା ସେ
ଇ
ପୁରୁଷକୈନ୍ଦ୍ରିକ ସମାଜ,
ନୁହଁ କି ମିଥ୍ୟା ଉତ୍ତର ? ।୬।
ଯିଅ ସତ୍ଯର ପୂଜାରୀ,
ଚାଲୁ ଚାଲୁ ଝୁଣ୍ଟି ପଡିଯାଇ ପାରେ,
ପଥ ଚାଲେ ନିର୍ଭୟରେ,
ପୁଣି ଉଠି ଠିଆ ହୁଏ ନିରବତାରେ,
ସେ ଏକ ତପସ୍ବାର ପଥ,
ସେ ଯୋଦ୍ଧା ଯୋଗୀଟିଏ,
ସତ୍ଯର ଉପାସକ ଯିଏ? |7|
ବିଦୀର୍ଣ୍ଣ ହେବ ତାର ହୃଦୟ,
ଘାତ ପ୍ରତିଘାତରେ
ସତର ଫରଦ ଯେତେ,
ପ୍ରଖରତା ବଢେ ସେତେ,
ଯେତେ,
ଲୁଚାଇଲେ,
କମିବନି କେବେରେ,
ଅନ୍ଧକାରେ,
କାହୁଁ କେବେ ଜୀବନ ପ୍ରସାରେ? |8|
ଜନ୍ମରୁ ଜୁଇ ପର୍ଯ୍ୟନ୍ତ,
ଜୀବନର ପଥ,
ନୁହେଁ କେବେ,
ଗୋଲାପର ଶେଯ,
ଲୋଭ ମାୟା ବାଧା ବିଘ୍ନ ଅନ୍ଧାରେ,
ନହୁଡି ପଥରୁ,
ଚାଲିବାନି ଅସତ୍ୟ ପଥରେ,
ରଖିବାକୁ ପଡେ ନିରନ୍ତର,
ଧୈର୍ଯ୍ୟ, ସାହାସ ମନ ଭିତର |୯|
ମନେ ରଖିବାକୁ ହେବ,
ଦୁନିଆରେ ଦୁଃଖ ଅଛି,
ସୁଖ ଅଛି,
ରହିବ,
ଜନ୍ମ ନେଇଛେ ତ
ଏହି ଦୁନିଆରେ
ଆଜିର କ୍ଷମତା କାଲିକି ତ ନ ଥିବ,
ଅହଙ୍କାରୀ ଘରେ,
ସଦା ନରହେ ପୁଷ ମାସ,
ରହିବନି କାର ଅହଂକାର,
ତେବେ କିଆଁ ଭୟ କରିବ?|୧୦|
ସାହିତ୍ୟକ ଆମେ,
ସମାଜର ହିତେ,
ସାହିତ୍ୟ ଯେବେ,
ପଥ, ସତ୍ୟ ଅନ୍ୱେଷଣର
ତେବେ ସତ୍ୟ ଅନ୍ୱେଷଣ ପଥରେ ଯିବା,
ବଞ୍ଚିବା ଓ ସତ୍ଯ ପଥେ ଯିବା ପାଇଁ ଶପଥ ନେବା,
କାମରେ ଦେଖାଇବା,
ଗୋଡାଣିଆ ଭାବ କିମ୍ବା ଶବ ସ୍ୱରୂପକୁ,
ତ୍ୟାଗ କରି ଦେଖାଇବା ଆମେ ନୂତନତ୍ୱକୁ,
ଦୁନିଆରେ,
ବିଶ୍ୱ ହିତେ ମହତ୍ ଭାବନାର ଫୁଟି ଉଠିବ,
ପ୍ରକୃତି ପ୍ରଦତ୍ତ ଚେତନାର ତତ୍ତ୍ୱ ସୃଷ୍ଟି ହେବ,
ତେବେ,
ନିର୍ଯ୍ୟାତନା ଓ ଅନ୍ୟାୟ,
ଶୋଷଣ ଓ କଷଣ,
ନରହିବା ପଥେ ପଥିକ ହେବା ।୧୧।