Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ପ୍ରଶ୍ନ କିଏ ଭଲ

ପ୍ରଶ୍ନ କିଏ ଭଲ

1 min
196



କାହାକୁ କହିବି କିଏ ବଡ ବୋଲି

କାହାକୁ କହିବି ସାନ

ସମତୁଲ ନଦୀ ଦ୍ଵୟ ପ୍ରବାହିତ

ଜଣେ ସ୍ରଷ୍ଠା ଜଣେ ପ୍ରାଣ ।।


ଅମୃତମୟ ୟେ ଶବଦର ଭାବ

ବେଦର ପ୍ରଣବ ଲିପି

ଅକ୍ଷୟ ଏହି ଶଦ୍ଦ ଦ୍ଵୟ ଭାବେ

ନାନ୍ୟ ତା’ର ଅନୁରୂପି ।।


ଆକାଶୁ ବିଶାଳ ଏକ ହୃଦ ଅନ୍ୟେ

ଧରଣୀ ରୁ ଗରୁ କାହିଁ

କହିବି କିପରି କିଏ ଭଲ ବୋଲି

ହୃଦୟ ରେ ଭାଷା ନାହିଁ ।।


“ବାତ୍ସଲ୍ୟ ମମତା ଡୋରେ ବାନ୍ଧେ” “ଅନ୍ୟେ

ପ୍ରଦାନଇଁ ସୌର୍ଯ୍ୟ, ବୀର୍ଯ୍ୟ

ଉଭୟେ ଉଭୟ ପରିପୂରକ ମୋ

ଚକ୍ଷୁ ଦୁଇ ଚନ୍ଦ୍ର, ସୂର୍ଯ୍ୟ ।।


ସେହି ମାତା ପିତା ପଦରେ ପ୍ରଣମ୍ୟେ

ଚଳନ୍ତି ଦେବ ପ୍ରତିମା

କିଏ ବଡ,ଭଲ କେମିତି କହିବି

ୟେ ଅନନ୍ୟ ଅନୁପମା ।।



Rate this content
Log in

Similar oriya poem from Inspirational