STORYMIRROR

Dr.Omm Prasad Pradhan

Inspirational

3  

Dr.Omm Prasad Pradhan

Inspirational

ପ୍ରଶାସନିକ ଅଧିକାରୀ

ପ୍ରଶାସନିକ ଅଧିକାରୀ

1 min
12K


ଦିନେ ମୋର ବି ସ୍ବପ୍ନ ଥିଲା 

ପ୍ରଶାସନିକ ଅଧିକାରୀ ହେବା 

ପ୍ରବେଶିକା ପରୀକ୍ଷା ଦେବା 

ସମଗ୍ର ଦେଶ ରେ ପ୍ରଥମ ହେବା 


ହେଲି ମଧ୍ୟ ମୋ ଜିଲ୍ଲା ରେ 

ନିଯୁକ୍ତ ଓ ନିଷ୍ଠାପର ଭାବେ 

କିଛି କରିବାର ଆଶା ନେଇ 

କିଛି ପରିବର୍ତନ ର ଦିଗରେ

ସମାଜ କୁ ବାଟ କଢେଇବା ପାଇଁ 


ଅନ୍ଧେରି ମୁଲକ ଠାରୁ 

ଅଶିକ୍ଷା ଆବର୍ଜନା ଠାରୁ 

ରୁଗ୍ଣ ମାନସିକତା ଠାରୁ 

ଆଉ ଅସାମାଜିକ ପ୍ରବୃତ୍ତି ଠାରୁ 


ଦେଶ କୁ ଅନ୍ଧାର ରୁ ଆଲୋକିତ ପାଇଁ 

ନୀଚ ରୁ ଦେବତ୍ୱ ପାଇଁ 

ପଶୁ ଠୁ ମଣିଷ ହେବାର ଦିଗରେ 

ମହାନତା ର ଶିଖର ରେ ପହଞ୍ଚେଇବା ପାଇଁ 


ଅନେକ କିଛି ଭାବିଥିଲି କରିବା ପାଇଁ 

କିନ୍ତୁ ମୁଁ କଣ କରିପାରିଲି ?

ଅସୀମ କ୍ଷମତା ଥିଲା ମୋ ପାଖରେ 

ସୀମାହୀନ ଉସ୍ଛାହ ର ଢେଉ ଉଠୁଥିଲା 

କିନ୍ତୁ ଏ କଳୁଷିତ ରାଜନୀତି 

ଅସହିଷ୍ଣୁ ,ଦୁର୍ନୀତିଗ୍ରସ୍ତ ରାଜନେତା 

ସବୁକିଛି ରେ ପୂର୍ଣ୍ଣଛେଦ ଟାଣିଦେଲେ 

କିଛି ଧନ ଆଉ ଯୌବନ ର ଅଭିଳାଷ ରେ 


କିନ୍ତୁ ଆଜି ମୁଁ ପ୍ରଶାସନ୍ ର ଗୋଲାମ୍ ନୁହେଁ 

ସମାଜ ର ଜଣେ ସେବକ

ଯାହା କିଛି ବି ସ୍ବପ୍ନ ଥିଲା କରିବା ପାଇଁ 

ମୁଁ କରିପାରିଛି ,ସଫଳତା ର ସହ 

ଜଣେ ପ୍ରଶାସନିକ ଅଧିକାରୀ ହୋଇ ନୁହେଁ 

ଜଣେ କର୍ତବ୍ୟନିଷ୍ଠ ସେବକ ଭାବେ 

ସାମାଜିକ ନାଗରିକ ଭାବେ 

ଆଉ ଜଣେ ଶିକ୍ଷିତ ଯୁବକ ଭାବେ 

କିଛି କରିବାର ଆଶା ନେଇ ........


କିନ୍ତୁ ସ୍ବପ୍ନ ମୋର ଅଧୁରା ଅଛି 

କିଛି ସହଯୋଗ ଦରକାର୍

କିଛି ଉତ୍ସାହୀ ଯୁବକ ଦରକାର୍ 

ଆଉ କିଛି ସାହସ ଦରକାର୍ 

ତେବେ ଯାଇ ଏହା ପୁରଣ ହେବ 

ବାସ୍ ଆପଣଙ୍କ ଶୁଭକାମନା ଦରକାର୍ ।


రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational