STORYMIRROR

Durjyodhan Barik

Inspirational

3  

Durjyodhan Barik

Inspirational

ପ୍ରସବିନୀ ମାଟି

ପ୍ରସବିନୀ ମାଟି

1 min
231


ପ୍ରକାର ଭେଦରେ ଅନେକ ମାଟି,

ତେଲିଆ ବାଲିଆ ଚିକିଟା ମାଟି

ଅଠିଲା ମଟାଳ ଆଉ ଦୋରସ

ଦୋରସ ମାଟି ତ ସଦା ସରସ ।


ମଟାଳ ମାଟିରେ ଧାନ ଫସଲ

ବାଦାମ ଚାଷକୁ ବାଲିଆ ଭଲ ।

ଦୋରସ ମାଟିରେ କରିବ ଚାଷ

ଫସଲ କାଟିବ ହୋଇ ହରସ ।


ଅଠିଲା ଅବା ଚିକିଟା ମାଟିରେ,

କିଛି ହୁଏ ନାହିଁ ଚାଷୀ ଶୁଣରେ।

ମାଟି ପରଖିଣ କରିବ ଚାଷ ,

ମାଟିକୁ କେବେହେଁ ନଦେବ ଦୋଷ ।


ତରୁ ବୃକ୍ଷ ଲତା ବଣ ବଗିଚା ,

ଧରାରେ ଶୋଭିତ ହୋଇଛି ସଜା।

ଶପଥ କରିଛି କଷ୍ଟ ସହିବ,

ସୃଷ୍ଟି ଟିକୁ ଖାଦ୍ୟ ଯୋଗାଉ ଥିବ ।


ପ୍ରସବିନୀ ହୋଇ ଜଗ ପାଳିବ,

ହସି ଓ ହସାଇ ଖୁସି ରହିବ ।


Rate this content
Log in

Similar oriya poem from Inspirational