STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ପ୍ରପୋଜ ଡେ

ପ୍ରପୋଜ ଡେ

1 min
327


ପ୍ରପୋଜ ଦିବସେ କଣ ଯେ କରନ୍ତି 

   ଏ କଥା ମୁଁ ଜାଣି ନାହିଁ 

ଆଇ ଲଭ୍ ୟୁ ନା ଆଉ କି ଉପାୟ 

   କହିବ କି ମତେ ଭାଇ ।।


ସାଥୀ ହେବା ପାଇଁ ପ୍ରସ୍ତାବ କି ଅବା

   ବାହାନା ତ ଅଟେ ଏହି

ଆତ୍ମୀୟ ସମ୍ପର୍କେ କାହିଁ ଏତେ ଛଳ

   ନିଜର ଯେ ହେବାପାଇଁ ।।


ମନକୁ କାହାର  କେମିତି ଜିଣିବା

   ସେପାଇଁ ଦେବାରେ ଧ୍ୟାନ  

ନିଜର କେମିତି  କରିବା କାହାକୁ 

   ଆଦର କରିବେ ଜନ ।।


ଆଜିର ସମୟେ ଛଳନାକୁ ଦେଖି

   ମୁଣ୍ଡ କରେ ନାହିଁ କାମ

ଜୀବନ ସାଥୀ ଯେ କେମିତି ବାଛିବା

   ବୁଦ୍ଧି ହୋଇଯାଏ ବାମ ।।


ରହି ପାରିବା କି ଏକା ଏଠି ଆମେ

   ନଥିଲେ ସଙ୍ଗରେ କେହି

କାହା ସାଥେ ପୁଣି ପ୍ରୀତି ଯେ ରଚିବା

   ସାଥୀ ଟିଏ ଯଦି ନାହିଁ ।।


ସକାଳୁ ଉଠି ମୁଁ କବିତା ଲେଖିଛି

    ପ୍ରପୋଜ ଦିବସ ପାଇଁ 

କାହାକୁ କେମିତି ପ୍ରସ୍ତାବ ଦେବି ଯେ

   ହାତରେ ଗୋଲାପ ନେଇ ।।


ଅନ୍ଧାର ଘୋଟିଛି ଜୀବନେ ମୋହର

    କଟେ ନାହିଁ ରାତି ଦିନ

କେମିତି ପ୍ରପୋଜ କରିବି ହେ ବନ୍ଧୁ 

   ଦିଅ ମତେ ବୁଦ୍ଧି ଜ୍ଞାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance