ପ୍ରଣୟିନୀ
ପ୍ରଣୟିନୀ
ମନେ ଶିହରଣ ତନୁ ଉଦ୍ଦୀପିତ
ନୟନେ ଚାରୁ ଚନ୍ଦ୍ରମା,
ଭାବର ଆବେଗେ ଭାବନା ସରଗେ
କିଏ ତୁମେ ପ୍ରୀୟତମା ॥
ଝରକା ଫାଂକର ମୃଦୁ ମଳୟରେ
ଶ୍ରାବଣ ଛିଟ୍ଟାରେ ତୁମେ,
ଭିଜା ଯୈାବନରେ ଲୁଚକାଳି ଖେଳ
ନଡା ଛପରର ଧୂମେ ॥
ଜହ୍ନି ଫୁଲ ହସେ ସାୟଂ ଅବକାଶେ
ଖେଳାଇ ରୂପ କୁନ୍ତିକା,
ଖଦ୍ୟୋତ ଶିଖାରେ ଛାୟା ଶଗଡିରେ
ପ୍ରେମମୟୀ ବିଭୀଷିକା ॥
ଅବୟବେ ନାଚେ ଷୋଡଶୀ ଫଗୁଣ
ଗାଉଛି ପ୍ରଣୟ ଗୀତା,
ଉପମା ମାଧୁରୀ &nbs
p; ରଚି ସ୍ୱପ୍ନପୁରୀ
ଦିଏ ଅକୁହା ବାରତା ॥
କମଳ ଦେଶର ରାଜ କୁମାର ସେ
ତୁମ ପ୍ରୀତିକୁଂଜ ଧନୁ,
ଜଉ ଲଫାପାରେ ପ୍ରେମ ପରିଭାଷା
ବୁହାଇ ଦେଇଛ ମନୁ ॥
ମନ ଯୁଦ୍ଧଯାନେ ବାରୁଦ ଲଗାଇ
ରଚିଅଛ ମାୟାଜାଲ,
କୋଣାର୍କ ଶିଳାରେ ନଟୀ ସାଜି ତୁମେ
ପ୍ରେମ ଉଜାଣିରେ ଜାଲ ॥
ଉଆଁସ ରାତ୍ରୀର ଧୃବତାରା ତୁମେ
ସରସୀର ପାଟହଂସୀ,
ଉପମା ରାଜ୍ୟର ପ୍ରେମମୟୀ ରାଧା
ଉପମେୟ ଗୋ ମନସୀ ॥