STORYMIRROR

Kulamani Sarangi

Romance

2  

Kulamani Sarangi

Romance

ପ୍ରଣୟ ଗୋଲାପ

ପ୍ରଣୟ ଗୋଲାପ

1 min
121

ତୁମ ମନେ ଉଁଇଲେ ଚାନ୍ଦ,

ମୋ ମନେ ଫୁଟଇ ପ୍ରୀତି କୁମୁଦ,

ତୁମ ମନ ବନ ବସନ୍ତ ଛୁଁଇଲେ,

ମୋ ଉପବନେ ବି ପଡେ ତା ପାଦ


ଚୂତ ଡାଳେ ଗାଏ କୋଇଲି,

ହୃଦ ତନ୍ତ୍ରୀ ଯାଏ ଚହଲି,

ତୁମ ମନ ଯେବେ ଆଙ୍କେ ଇନ୍ଦ୍ରଧନୁ,

ମୋ ମନ ମୟୂର ତୋଳେ ସଙ୍ଗୀତ


ତୁମେ ମୋର ବାସନ୍ତୀ ରାଣୀ,

ମୋ ପ୍ରଥମ ପ୍ରେମ କାହାଣୀ,

ପ୍ରଥମ ସଙ୍ଗୀତ ତୁମେ ମୋର ମିତ,

ତୁମେ ମୋ ପ୍ରଣୟ ଗୋଲାପ ବୃନ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance