ପରମେଶ୍ବର ଶ୍ରୀ ବିଷ୍ଣୁ
ପରମେଶ୍ବର ଶ୍ରୀ ବିଷ୍ଣୁ
ଅନାଦି ଅନନ୍ତ ଚିରନ୍ତନ ଶ୍ରେଷ୍ଠ
ପ୍ରଭୁ ଦେବ ଦେବ ସ୍ବାମୀ
ଶ୍ରୀ ପୁରୁଷୋତ୍ତମ କୃଷ୍ଣ ମହେଶ୍ଵର
ସର୍ବ ଲୋକ ଅନ୍ତର୍ଯ୍ୟାମୀ ।
ସେହିଁ ପରମାର୍ଥ ବ୍ରହ୍ମ ମହତ୍ ଭୂତ
ଶ୍ରୀ ବିଷ୍ଣୁ ପରମେଶ୍ଵର
ପ୍ରଭୁ ଲୋକନାଥ ଚୈତନ୍ଯ ସ୍ବରୂପ
ପରମାତ୍ମା ସର୍ବେଶ୍ବର ।
ଅବ୍ଯୟ-ଅକ୍ଷୟ ହେ ମଙ୍ଗଳମୟ
ପଦ୍ମନାଭ ହୃଷିକେଶ
ଓଁକାର ଈଶ୍ବର ସର୍ବମୟ କର୍ତ୍ତା
ଅପ୍ରମେୟ ଶ୍ରୀନିବାସ ।
ଗୋବିନ୍ଦ ମାଧବ ଶ୍ରୀ ମଧୁସୂଦନ
ଦୁରାଧର୍ଷ ଆତ୍ମବାନ୍
ହିରଣ୍ୟଗର୍ଭ ସୁରେଶ ଲୋକନାଥ
ଚତୁରାତ୍ମା ଜନାର୍ଦ୍ଦନ ।
ମନୋହର ପ୍ରଭୁ ତୁମେ ସର୍ବଦର୍ଶୀ
ବସୁମନଃ ସତ୍ୟଃ ସମଃ
ଭୂଗର୍ଭଃ ବିକ୍ରମଃ ବିଶ୍ବରେତାଃ ସିଦ୍ଧଃ
ଉପେନ୍ଦ୍ର ଅତିନ୍ଦ୍ର ୟମଃ ।
ଭଗବାନ ବିଷ୍ଣୁ ନିଜେହିଁ ନିୟମ
ସଚରାଚର ନିୟନ୍ତା
ମଧୁରାଧିପତି ସୁରାନନ୍ଦ ଶକ୍ତି
ସନ୍ଧିମାନ ଅମେୟାତ୍ମା ।
ଓଁ .....ଶ୍ରୀ ବିଷ୍ଣୁ !
