Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics

4  

Arjuni charan Behera

Classics

ପରମ ଶାସ୍ତ୍ର ଭାଗବତ

ପରମ ଶାସ୍ତ୍ର ଭାଗବତ

1 min
180


ଭାଗବତ ଭଜନ ମାଳା,

ଭବାବ୍ଧି ତାରଣ କାରଣ ଭେଳା,

ଭାଗବତ ଶାସ୍ତ୍ର କର ନିତ୍ୟ ପାଠ,

କାହିଁରେ ମନ ନ କର ବାଉଳା ll

ଭାଗବତ ଚାରି ଅକ୍ଷର,

ଭାବେ ତୁହି ଭଜନ କର,

ଭାବରୁ ଯାହାଙ୍କ ଅଟଇ ସମ୍ଭୁତ,

ଶିରି ଭାଗବତ ନାମ ହୋଇଲା ll

ଜ୍ଞାନ ଖଡ୍ଗ ଶ୍ରୀଭାଗବତ,

ମନେ ଗୁଣି ପାତକ କାଟ,

ଜ୍ଞାନ ରୂପୀ ବହ୍ନି ହୋଇଲେ ପ୍ରକଟ l

ପାତକ ସମୂହ ଦହନ ହେଲା ll

ବ୍ରହ୍ମରେ କରି ହୃଦ ସ୍ଥିର,

ହୃଦୁ ତେଜ ସର୍ବ ବିକାର,

ବ୍ରହ୍ମକୁ ବ୍ରହ୍ମରେ କର ତୁ ପରଖ,

ଦେଖ ସର୍ବ ବ୍ରହ୍ମମୟ ଦିଶିଲା ll

ତତ୍ତ୍ୱ ଭାଗବତର ହେଜ,

ବୃଥା କାହିଁ ଆଉ ନ ମଜ୍ଜ,

ତତ୍ତ୍ୱରେ ତୁଟିବ ସର୍ବ ଭ୍ରାନ୍ତି ତଵ

ଭାଗବତ ଶାସ୍ତ୍ର ଏହା କହିଲା ll

ପରମ ଶାସ୍ତ୍ର ଭାଗବତ,

ଅଭ୍ୟାସ କରିବ ନିୟତ,

ନ କରି ପାରିଲେ ଚିନ୍ତାମଣି ଚିନ୍ତା

ବିଅର୍ଥେ ତୋହର ଜୀବନ ଗଲା ll         


Rate this content
Log in

Similar oriya poem from Classics