STORYMIRROR

Hasyamayee Raj

Romance

3  

Hasyamayee Raj

Romance

ପ୍ରମ ଓ ଅନୁଭବ

ପ୍ରମ ଓ ଅନୁଭବ

1 min
247


ପ୍ରେମ.......... 

ବିଶ୍ଵାସର

ଚଉହଦୀ ଭିତରେ

ଦିକ୍ ଦିକ୍ ଜଳୁଥିବା ଦୀପଟିଏ

ପ୍ରେମ

ଅସରନ୍ତି ଆଶା

ଓ ଆବେଗରେ ବହୁଥିବା 

କଳ କଳ ଛଳ ଛଳ ନଈଟିଏ।

ପ୍ରେମ........... 

ଅଖଣ୍ଡ ନିରବତା ଭେଦକରି

ପାଦ ପାଦ ଆଗେଇ ଚାଲୁଥିବା

ଅସରନ୍ତି ରାସ୍ତାଟିଏ।

ପ୍ରେମ...... 

ଚାରିଚକ୍ଷୁ ମିଳନରେ

ଲେଖି ହେଇ ଯାଉଥିବା

ସୁନ୍ଦର କାହାଣୀଟିଏ

ପ୍ରେମ.......... 

ସଂପର୍କର ଲଟେଇରେ

ବନ୍ଧା ପଡିଥିବା

ଭିନ୍ନ ଏକ ଗୁଡିଟିଏ। 

ପ୍ରେମ............. 

ହୃଦୟର କାନଭାସ୍ ରେ

ଅସରନ୍ତି ଭାବନାକୁ

ଆଙ୍କୁଥିବା ତୁଳିଟିଏ 

ପ୍ରେମ..............

କିଛି ରାଗ, ଅଭିମାନ

କିଛି ହସ ଆଉ ଲୁହକୁ

ଆପଣେଇଥିବା

ଜୀବନର ସ୍ପନ୍ଦନ ।

ପ୍ରେମ............. 

ଆକାଶ, ଫୁଲ, ଜହ୍ନ କି

ଫଗୁଣରେ ହଜିଥିବା

ବୟସର ପାଦଚିହ୍ନ ।

ପ୍ରେମ................ 

ଈଶ୍ବରନୁଭୂତିର ଏକ

ଦିବ୍ଯ ଅନୁଭବ ଯାହା 

ପ୍ରତ୍ଯାଶା ବିହୀନ

ପ୍ରତିଶ୍ରୁତି ହୀନ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance