STORYMIRROR

Sunanda Mohanty

Thriller

3  

Sunanda Mohanty

Thriller

ପ୍ରଲୋଭନ

ପ୍ରଲୋଭନ

1 min
199

ତମେ ଏଵେ ଏମିତି ନୀରବି ଯିବାର ମାନେ କଣ

ସମ୍ମୋହନ, ସମ୍ଭାଷଣ, ନିମନ୍ତ୍ରଣ ନା ଆମନ୍ତ୍ରଣ

ମୁଁ ହାଲିଆ ହେଲିଣି କରି କରି ବିଶ୍ଳେଷଣ

ତମେ ଯେବେ ସମ୍ପର୍କ

ତମ ନୀରବତା ହୁଏତ ମାର୍ମିକ

ତମେ ଯେବେ ବନ୍ଧୁ

ହୁଏତ ତମେ ଗୋଟେ ସାତସାଗର ସିନ୍ଧୁ

କିନ୍ତୁ ତମେ ଯେବେ ଏକ ସଖୀ

ବୋଧହୁଏ କେଉଁ ରଙ୍ଗରେ ଯାଇଛ ମାଖି

ତମେ ଯଦି ପ୍ରେମିକା

ହୁଏତ ତୁମ ନାଆଁଟା ଅନାମିକା

ତମେ ଯଦି ବି ପ୍ରେମିକ

ଚୋରାଇ ରଖିଛ ବୋଧେ ସାତସିନ୍ଧୁକ

ଆଉ ତମେ ଯଦି ସଖା

ତମେ ନିଶ୍ଚୟ ପିନ୍ଧିଛ ଗୋଟେ ମୁଖା

ହେଲେ ନୀରବତା ର ବହୁ ରଙ୍ଗ

କେବେ ମାପିଛ ପାଈ କାଳିଆ ଙ୍କ ସୁସଙ୍ଗ

ନିର୍ଲିପ୍ତ ମାଧୁରୀ ରେ ଯେଉଁ ଠାଣୀ

ମୋ ପରି ଛାର ଭକ୍ତ ପାରେ କି ବଖାଣି

ସେ ନୟନ ଯୁଗଳ ରେ ନୀରବତା ର ନଈ

ଭକ୍ତ ଥରକୁ ଥର ଲୁହରେ ଗାଧେଇ

ବୁଝି ଯାଉଛି କି ତାର ମାନେ ଅଭିଧାନ ପାଇ

ଜଗନ୍ନାଥ ତ ନିଜେ ଅଭିଧାନ

ନୀରବତା ଭିତରେ ଭକ୍ତର ଏକମାତ୍ର ପ୍ରଲୋଭନ

ଓଁ ବ୍ରହ୍ମର ନିନାଦ ଆସ୍ଵାଦନ

ଜି ଯିବାକୁ ଆଉ କିଛି ଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller