STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ନୀରବତା ର କୁହୁକ

ନୀରବତା ର କୁହୁକ

1 min
326

ନୀରବତା ରେ ଥାଏ

ଛାଇ ଆଲୁଅର ଖେଳ

ନୀରବତା ରେ ବି ଥାଏ

ପାପ ପୁଣ୍ୟର ବେଳ ଅବେଳ

ନୀରବତା ହୋଇପାରେ

ଶୂନ୍ୟ ଏକ ଉଡ଼ାପକ୍ଷୀ

ନୀରବତା ହୋଇପାରେ

ମନ ଦିଆନିଆ ସଖୀ

ନୀରବତା ହୋଇପାରେ

କେବେ ଅସହିଷ୍ଣୁତା

ନୀରବତା କେବେ କେବେ

ଜଣାଏ ଧର୍ଯ୍ୟ, କଷ୍ଟ ପରାକାଷ୍ଠା

ନୀରବତା କୁ ଆୟୁଧ କଲେ

ହୁଏତ କିଛି ଟାଳି ହେବ

ନୀରବତା କୁ ଅସ୍ତ୍ର କଲେ

ସଶସ୍ତ୍ର ଆକ୍ରମଣ ର ପରାଭାବ

ନୀରବତା ସବୁଠି କଣ

ମାପର ଏକକ ନା ପରିମାପକ

ନୀରବତା ଭିତରେ

କେବେ କେବେ ଏପାଖ ସେପାଖ

ନୀରବତା ତୁମ କୁହୁକ ପେଡ଼ିରେ

ମୁଁ ଏଵେ ଅନ୍ୟମନସ୍କ

ନୀରବତା ତୁମ ଶବ୍ଦ ପାହାଡ଼ରେ

ମୁଁ ଚଢେ ହୋଇ କବିତା ମନସ୍କ

ପ୍ରଣାମ କରେ ତୁମକୁ

ବାଗ୍ମିତା ରେ ବିଶେଷ୍ୟ ଭାବୁକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract