STORYMIRROR

Sunanda Mohanty

Tragedy Others

2  

Sunanda Mohanty

Tragedy Others

ଅପେକ୍ଷା

ଅପେକ୍ଷା

1 min
150

ମହାଭାରତ ର ଦ୍ରୌପଦୀ ବା ପାଞ୍ଚାଳୀ କୁରୁସଭାତଳେ,

ଡାକିଲେ ତତକାଳେ ,

କାହିଁ ଅଛ ସଖା ବସ୍ତ୍ର ଦିଅ ହେଳେ.

ତମେତ ଦେଇ ଦେଲ ହେଳେ

ହେଲେ ପାଞ୍ଚପତି ଛାଡି ସ୍ୱର୍ଗ କୁ ଗଲା ପରେ ସେ କି ନୁଁହନ୍ତି ନିର୍ଭୟା !

ରାମାୟଣ ରେ ମହାସତୀ ସୀତା,

କେତେ ନିର୍ଯାତିତା,

ଶେଷକୁ ପରୀକ୍ଷା ଦେଇ ଦେଇ କଳେ ବଳେ କଉଶଳେ,

ପଶିଲେ ପାତାଳେ,

ସେ କି ନୁଁହନ୍ତି ନିର୍ଭୟା, ସେତେବେଳେ?

ଆଉ ଏଵେ ତ ଏସିଡ ମାଡରେ କେବେ ଯୌତୁକ ଯୁଇରେ କେବେ ବିଚ ରାସ୍ତାରେ ସକଳେ,

ହାତେ ଧରି ନିକିତି ସେ ନ୍ୟାୟ ମୂର୍ତ୍ତିତ ଚାହିଁଛି ବିକଳେ,

ସେପାଇଁ ତା ଆଖିରୁ ଖୋଲି ଦେବାକୁ ଅନ୍ଧପଟି

ଅନଶନ ରେ ବସିଛନ୍ତି, ସମସ୍ତ ନାରୀ ଚରିତ୍ର ସକଳେ

କବି ମନସ୍କ ରେ ମତେ ଦିଶେ ପୁଣି ଥରେ ରକ୍ତରଂଜିତ କରିବାକୁ କେଶ

ନାରୀ ମାନେ କେଶ ଉନ୍ମୁକ୍ତ ରଖି ଅପେକ୍ଷାରତେ ଡହଳ ବିକଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy