STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ସଦିଚ୍ଛା

ସଦିଚ୍ଛା

1 min
147

ଆଜିର ଏ ବସନ୍ତ ଆସରେ ସବୁବ୍ୟବସ୍ଥିତ 

ଆମନ୍ତ୍ରଣ ଓ ନିମନ୍ତ୍ରଣ ରେ ସମେସ୍ତେ ଉପସ୍ଥିତ 

ମନଖୋଜେ ମନକୁ, ସ୍ବପ୍ନ ଖୋଜେ ରାତିକୁ 

ପ୍ରତିଶୃତି ଦେବାକୁ ନେବାକୁ ଜହ୍ନ ବି ଖୋଜୁଥାଏ କେବେ କାହାକୁ 

କିଏ କେଉଁ ମନସ୍କ ରେ ଉଦ୍ଭାସିତ ଭିତରେ

ବାର୍ତା ଟିଏ ଦେବାକୁ ଓ ନେବାକୁ ଅନେକ ବା ଏକରେ 

ଆମ୍ବ ବଉଳ, ଫୁଲ ଫଗୁଣ ଓ କୋଇଲି ର କୁହୁ 

ସେମିତି ଆନ୍ତରିକତାର ଫଲ୍ଗୁଟିଏ ନଈ ହୋଇ ବହୁ 

ଦେଖିଦେଲେ ପରକୁ ଆପଣେଇବାକୁ ଓ ନିବିଡ଼ତା ରେ ବହିଯିବାକୁ 

କିଏ ହାତ ପତେଇ ମାଗୁଛି ତ ଅଳ୍ପ ବା ସ୍ୱଳ୍ପ ଦେଇଯିବାକୁ 

ନ ମାଗୁଛିତ ମମତା ଓ ସ୍ନେହ ପରଶରେ ଭିଜେଇ 

ବାସ୍ତବତା ଭିତରୁ ଘଡ଼ିଏ ବାହାରି ପଲକ ପୁଲକ ସଜାଇ 

ପ୍ରକୃତି ତ ସେହିକଥାକହେ ଛନ୍ଦ ଲୟ ତାଳରେ 

ନୀଳଚକ୍ରବାନାକୁ ଚାହିଁଦେଲେ ଥରେ ସେହି ଦର୍ଶନ ଭିତରେ 

କେବେ ଦିଶେ ଛାଇ ଆଲୁଅ ଭିତରେ ଛନ୍ଦର ଗନ୍ଧ 

କେବେ ଅମୁକ୍ତ ଅଭିସାର ଭିତରେ ଅନେକ ବି ଦ୍ୱନ୍ଦ୍ୱ 

ମଣିଷ ଖୋଜେ ମଣିଷ କୁ ଆଉ ଭଲପାଏ ପ୍ରକୃତିକୁ 

ଭଗବାନଙ୍କ ସୃଷ୍ଟି ରେ ଗଛ ଲତା ପାହାଡ଼ ପଶୁ ଓ ପକ୍ଷୀକୂଳକୁ 

ଏଇ ଦେଖନା ସୁନେଲି ସକାଳରେ ସେ ସୂର୍ଯ୍ୟଙ୍କୁ 

ଆଉ ରାତ୍ରି ଆକାଶ ରେ ସେ ଚନ୍ଦ୍ରମା ଜହ୍ନଙ୍କୁ 

ଥରେ ଭୁଲିଯାଅନା ଜୀବନର ସକଳ ଦୁଃଖ ଦୈନ୍ୟତାକୁ 

ଶୁଭୁ ଥରେ ଓଁ ପରଂବ୍ରହ୍ମ ଅନାଦି ସତ୍ୟର ଦୁନ୍ଦୁଭିରେ ପରସ୍ପର ପରସ୍ପରକୁ ଆପଣେଇନେବାକୁ. କବିତା ର ନାମ ସଦିଛା 

                      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract