STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ପ୍ରଳୟର 'ଫଣି'

ପ୍ରଳୟର 'ଫଣି'

1 min
237


ଅସୀମ ଗଗନେ ଅଶାନ୍ତ ମଳୟ 

ଘନକୃଷ୍ଣ କଳାଛାଇ

ସାଗର ଗର୍ଭରେ ଉତ୍ତାଳ ତରଙ୍ଗ  

ପ୍ରଳୟ ଆସୁଛି ନଇଁ  ।।


ବିଭତ୍ସ ତାଣ୍ଡବ ଖିଲି ଖିଲି ହସେ

ହୃଦୟେ କମ୍ପନ ଖେଳେ

ବିତ୍ପାତ ର ସ୍ବର କରୁଣ ଚିତ୍କାର

ଶୁଭେ ପ୍ରକୃତିର କୋଳେ  ।।


ଧରାପୃଷ୍ଠ ଯାହା ଅସହାୟ ଲାଗେ 

ଜୀବନ ଲାଗିଛି ବାଜି

ବେଦନା ବିଧୂର ଆତ୍ମାର ବିଳାପ 

ସପନ ଯାଉଛି ଭାଜି  ।। 


ମଧୁମୟ ସୃଷ୍ଟି ନୟନ ପଲକେ

ରଚେ ଧ୍ବଂସ ଅଭିସାର 

ପଂଣାଟେକି 'ଫଣି' ମାଡି ଆସେ ଖରେ

ଅଶ୍ରୁ ଝରେ ନିରନ୍ତର ।।


ମହାପ୍ରଳୟର ବିଭୀଷିକା ଚିତ୍ର

ଲାଗେ ଯାହା ଝଲମଲ

ଭାଙ୍ଗିଯାଏ କେତେ ନଭଶ୍ଚୁମ୍ବୀ ସ୍ବପ୍ନ

ସମୟ ଖେଳୁଛି ଖେଳ  ।।


ଚଉଦିଗ ଲାଗେ ମହାଅନ୍ଧକାର

ହାହାକାର ଆର୍ତ୍ତନାଦ 

ପ୍ରକୃତିର ଭୀମ ଭୈରବ ଗର୍ଜନ

ପ୍ରଳୟର କ୍ରୁର ଶବ୍ଦ  ।।


ଓଲଟ ପାଲଟ ଜୀବନର ସୂତ୍ର 

କେବେ ଛାଇ କେବେ ଖରା

'ଫଣି' ର ଆଘାତେ ଭାଗ୍ୟହୀନ ଯେତେ

ହେବେ ସିନା ବେସାହାରା ।।


କେତେ ଅସହାୟ ନିଃସ୍ବ ଏ ମଣିଷ 

ଶୂନ୍ୟରେ ତୋଳେ ମହଲ

ମିଥ୍ୟା ଛଳନାର ଜଉଘରେ ଜଳେ

ମୃତ୍ୟୁ ସାଥେ ଯାହା ଗେଲ  ।।

 

ଜୀବନ ଦର୍ଶନ ଲାଗେ ଦିଶାହରା 

ନର୍କ ପଥେ ହୁଏ ଯାତ୍ରୀ

ଢାଙ୍କି ଦିଏ ଯେବେ ପାପର ବାଦଲ

ଛୁଏଁ ପ୍ରଳୟର ରାତ୍ରି   ।।


'ଫଣି' ଚାଲିଯିବ ତା' ଚଲା ବାଟରେ

ରହିଯିବ ପାଦ ଚିହ୍ନ 

ହଜିଯିବ କେତେ ନୟନର ମଣି

ଶୂନ୍ୟ ଶୂନ୍ୟ ମହାଶୂନ୍ୟ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational