STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ପ୍ରକୃତିର ନୀତି

ପ୍ରକୃତିର ନୀତି

1 min
261


ଆଜି ଯାହା ମୋର କାଲି ସେ କାହାର ହେଇଯିବ କିଏ ଜାଣେ ?

ଜମି ପଡ଼ିଥିବ ସଂପତ୍ତି ବି ଥିବ ରହି ନ ଥିବି ମୁଁ ଜଣେ |


ଧନବଳେ କିଏ କିଣିନେବ ଜମି ଚୋର ଆସି ନେବ ଧନ,

ଦେହ ମନ ବଳ କମିଗଲେ ମୋର ରହିବନି ବଡ଼ପଣ |


କାହାର ଭିଣୋଇ ଥିଲି ପୁଣି ହେଇଯିବି କାହା ଶଳା,

କ୍ଷମତା ଚଉକି ଆଜି ଅଛି ଯାହା ଆଗରୁ କାହାର ଥିଲା |


କାହାର ଝିଅକୁ ବାହା ହେଇଥିଲି ମୋର ଝିଅ ବାହାହେବ,

ଆଣିଥିଲି ଯାହା ଯାନି ଯଉତୁକ ତାକୁ ଝିଅ ନେଇଯିବ |

 

ଜ୍ଞାନ ବୁଦ୍ଧି ବିଦ୍ୟା ଯାହା ଅଛି ଆଜି ଧୀରେ ଧୀରେ ହଜୁଥିବ, 

ଆଖି କାନ ଚର୍ମ ଏଭଳି ନଥିବ ସ୍ମୃତିଶକ୍ତି କମିଯିବ |


ଗର୍ବ ଅହଂକାର ଯେତେ ଅଛି ଆଜି ସେ ସବୁ ହୋଇବ ମିଛ,

ଆଜିର ମଞ୍ଜିଟି ମାଟିରେ ପୋତିଲେ କାଲିକୁ ହୋଇବ ଗଛ |


ଆଜିର କଳ୍ପନା ବାସ୍ତବର ରୂପ ନେବ ହେଉପଛେ ଡେରି,

ପ୍ରକୃତିର ନୀତି ବଦଳାଉଥିବ ନିଜ ଋତୁଚକ୍ର ପରି |



Rate this content
Log in

Similar oriya poem from Inspirational