STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

ପ୍ରକୃତିର ନବ କଳେବର------------

ପ୍ରକୃତିର ନବ କଳେବର------------

1 min
12K

ପ୍ରକୃତିର ନୂଆ ଶାଢ଼ି, ଧୂଳି ମଳି ନାହିଁ, ଜକଜକ ହୋଇ , ଦିଶେ କେତେ ଫୁଲ ଧଡି। ଆକାଶେ ନଥାଇ ଚାନ୍ଦ, ଆହା ତାରକିତ ! ନିର୍ମଳ ଆକାଶ, ପୁଷ୍କରିଣୀରେ କୁମୁଦ। ତାତି ଯାଉଥିଲା ଧରା, କଳ କାରଖାନା ଧୂଳି ଧୂଆଁ କେତେ କରୁଥିଲା ଦରମରା। ବଢୁଥିଲା ଜଳସ୍ତର ନଦୀ ନାଳ ସବୁ ପୋତି ଦେଉଥିଲା ନଳା ଆବର୍ଜନା ଜଳ। ତରଳୁଥିଲା ବରଫ ଥରୁଥିଲା ହିମାଚଳ ବୁକୁ ଶୁଭୁଥିଲା ମହାକାଳ ଡାକ। ଜଳୁଥିଲା ଗିରିବନ ମୂର୍ଖ ପାଗଳ ନିଆଁ ଚେଙ୍ଗିଦେଇ ଡେଉଁ ଥିଲା ବାୟା ସମ। ସମୁଦ୍ରର ଜଳସ୍ତର ବଢୁଥିଲା ବିଗଳିତ ହେଉଥିଲା ଯେତେ ହିମ ଗ୍ଳେସିଅର। ପ୍ରକୃତିର ଭାରସାମ୍ୟ, ଯାଉଥିଲା ଧୀରେ ବଦଳି ବଦଳି ଋତୁଚକ୍ର ପରିକ୍ରମ। ଆଜି ପ୍ରକୃତି ସୁନ୍ଦରୀ ଧୁଆଧୋଇ ହୋଇ ହସେ ଖିଲି ଖିଲି ଝିଲିମିଲି ଫୁଲ ଝରୀ। ଦିଶେ ଦିଗ ନିରିମଳ ତୁଠ ନିରିମଳ ପାଣି ଗଙ୍ଗାଜଳ ଦିଶେ ହିମାଳୟ ଚୂଳ। କିଏ କାଳ ପାଇଁ ଦାୟୀ ? ଏ ଜୀବ ଜଗତେ ପାଗଳ ପ୍ରାଣୀ ସେ "ମନୁଷ୍ୟ" ନାମ ବୋଲାଇ। ଅଛି କେଉଁ ଅଧିକାର, ନିଜ ଖେଳ ପାଇଁ ଜୀବ ଜଗତରେ କାଳ ହେବାକୁ କାହାର !! ଘୃଣ୍ୟ ପାଷଣ୍ଡ ମାନବ ତୋ ଠାରୁ ବି ବଡ଼ ପ୍ରକୃତିର କ୍ଷୁଦ୍ର ଭୂତାଣୁ କରୋନା ଜୀବ। ଆରେ "ହୋମୋ ସାପିଏନ" କେଡେ ଅସହାୟ କେଡେ ଦୁର୍ବଳ ତୁ ହେଜୁଛି ଟି ତୋର ମନ !! ସୃଷ୍ଟି କରେ ସାବଧାନ, ମନେ ହେଜି, ଧର୍ମ ମାର୍ଗ ତୁ ଭଜିଲେ ବଞ୍ଚି ଯିବୁ କିଛିଦିନ। ଧର୍ମ ଗୋଟିଏ ତୋହରି, ଏକ ବ୍ରହ୍ମ ନାହିଁ ଅନ୍ୟ ମିଛଟାରେ ଭଉଁରୀରେ ହେଉ ଘାରି। ଧର୍ମ ନାମେ ତୋର ଖେଳ, ତୋର ସଙ୍ଗେ ସଙ୍ଗେ ସାରା ବିଶ୍ବ ପାଇଁ ନହେଉ ରେ ମହାକାଳ। ଧର୍ମ ତୋ "କର୍ତ୍ତବ୍ୟ କର୍ମ", ସ୍ବାର୍ଥ, ଲୋଭ, ଗର୍ବ ତେଜି ବସୁଧାକୁ ମଣ ତୁ କୁଟୁମ୍ବ ସମ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational