STORYMIRROR

Sarita Rani Mohanty

Action Others

3  

Sarita Rani Mohanty

Action Others

ପ୍ରକୃତି ପ୍ରେମୀ

ପ୍ରକୃତି ପ୍ରେମୀ

1 min
12.1K

ଭଲ ପାଇବାର ମାନେ ନୁହେଁ ଖାଲି

   ପ୍ରେମିକ ପ୍ରେମିକା ହେବା

ପ୍ରକୃତିକୁ ଭଲ ପାଇଦେଖ ଥରେ 

   ସୁସ୍ଥ ନିରୋଗ ରହିବା    ll


ମାଆ ପରି ତା'ର ତ୍ୟାଗ ବଳିଦାନ

    ଆମରି ଜୀବନ ପାଇଁ

ଯା'ପାଇଁ ନିଃଶ୍ୱାସ ଚାଲୁଛି ଆମର

   ତାକୁ ଭୁଲି ଯାଆ ନାହିଁ   ll


ପ୍ରେମ ଯଦି କେବେ ହୁଏ ଅଙ୍କୁରିତ

   ପରିବେଶେ ଦିଅ ଧ୍ୟାନ

ସନ୍ତୁଳିତ ହେବ ପ୍ରକୃତି ଆମର

  ସାର୍ଥକ ହେବ ଜୀବନ     ll


ଗୋଟିଏ ମଣିଷକୁ ଗୋଟିଏ ଗଛ

  ଲଗାଇବା ତୁମେ ଶିଖ

ଗଢି ହୋଇଯିବ ସୁସ୍ଥ ସମାଜ

   ପରୀକ୍ଷାଟି କରି ଦେଖ    ll


ବାୟୁ ପ୍ରଦୂଷଣ ଜଳ ପ୍ରଦୂଷଣ

  ରୋକେ ଶବ୍ଦ ପ୍ରଦୂଷଣ

ମୂର୍ତ୍ତିକାର କ୍ଷୟ ବର୍ଷା ଆଗମନ

    ଦୂର ହୋଇବ କଷଣ    ll


ଅଙ୍କୁରିତ ଠାରୁ ଶେଷ ଜୀବନତା'

   ମଣିଷ ସମାଜେ ନ୍ୟସ୍ତ

ସ୍ପନ୍ଦନକୁ ଛାଡି ମଣିଷ ଆଜିତ

    କ୍ଷଣିକ ସୁଖରେ ବ୍ୟସ୍ତ    ll


ପ୍ରେମ ଦିଏ ଯେବେ ପ୍ରତାରଣା ପୁଣି

    ଜୀବନ ହୋଇବ ଶେଷ

ପ୍ରକୃତିକୁ ଭଲ ପାଇଯିବା ଯେବେ

   ନ କରିବ ଅବଶୋଷ      ll


ଜନ୍ମ ଠାରୁ ମୃତ୍ୟୁ ଯାହା ଆବଶ୍ୟକ

   ଆଯାଚିତେ ଦିଏ ଦାନ

ଖାଦ୍ୟ ବସ୍ତ୍ର ଠାରୁ ବାସ ଗୃହ ଯାଏ

   ସବୁ ତାର ବଳିଦାନ      ll


ଆମରି ଦାୟାଦ୍ ଭବିଷ୍ୟତ ପାଇଁ

  ପ୍ରେମ କର ପ୍ରକୃତିକୁ

ଅଦିନିଆ ଝଡ଼ ଭାଙ୍ଗିବନି ନୀଡ

  ଧୋକା ଦେବନି ଆମକୁ     ll


ସଂକଳ୍ପଟି ନେବା ସଚେତନ ହେବା

   କରି ପ୍ରଚାର ପ୍ରସାର

ଭଲ ପାଅ ଥରେ ବୃକ୍ଷ ଦେବତାଙ୍କୁ

   ତୋଳିବ ପ୍ରେମ ମନ୍ଦିର    ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action