STORYMIRROR

Kabiratna Nutan Kumar Behera

Romance Classics

4  

Kabiratna Nutan Kumar Behera

Romance Classics

ପ୍ରକୃତ ପ୍ରେମର ସ୍ଵରୂପ

ପ୍ରକୃତ ପ୍ରେମର ସ୍ଵରୂପ

1 min
324

ଅଦୃଶ୍ୟ ଭାବ ଭାବନାର 

ଏକ ଚୁମ୍ବକୀୟ ଆକର୍ଷଣ 

ସତତ ଓଟାରି ନିଏ

ମନ ହୃଦୟ ପ୍ରାଣ,

ସେ ସ୍ବର୍ଗୀୟ ଅମୃତଧାରା

ପବିତ୍ର ଚିନ୍ତା ଚେତନାର ଉତ୍ସ

ସ୍ଵତଃ ପ୍ରକାଶି ଉଠେ ଅନ୍ତରରୁ

ହୋଇ ଉଷ୍ଣ ପସ୍ରବଣ।


ଅନାବିଳ ସେ ସଂଯୋଗ

ଆତ୍ମା ଆତ୍ମାର ଆହ୍ବାନ

ସୂକ୍ଷ୍ମରୁ ସ୍ଥୂଳ ରୂପେ

ହୋଇ ରୂପାନ୍ତର

ଦିଏ ଶାଶ୍ବତର ସନ୍ଧାନ,

ପ୍ରକୃତି ପୁରୁଷର ମଧ୍ୟରେ

ଏ ଆଦି ଅନାଦି ସଂପର୍କ

ଚିର ସତ୍ୟ ସନାତନ।


ମାନେ ନା ସେ ବାଧା ବିଘ୍ନ

କୌଣସି ଶକ୍ତିଠାରେ

ହୁଏନା କେବେ ଅଧୀନ

ସେ ସଦା ସ୍ୱତନ୍ତ୍ର ସ୍ଵାଧୀନ,

ଦୁଇଟି ହୃଦୟର ସାନ୍ନିଧ୍ୟତା

ଦୁଇ କୂଳର ଗୋଟିଏ ସୁଅ

ବହି ଚାଲେ ନିରନ୍ତର

ଲକ୍ଷ୍ୟ ପଥେ ରଖି ଧ୍ୟାନ।


ପ୍ରେମର ଏ ଗୁଣ ସ୍ବଭାବ

ଆଚରଣରେ ମିଳେ ନିଦର୍ଶନ

ମହିମା ତାର ଅକ୍ଷୁର୍ଣ୍ଣ ଚିରନ୍ତନ 

ରହିଥାଏ ଜାଜଲ୍ୟମାନ,

ସେ ଅମ୍ଳାନ ଅକ୍ଷୟରତ୍ନ

ଏ ସୃଷ୍ଟିର ସର୍ବୋତ୍ତମ

ସଞ୍ଚାର କରେ ନବ ଜୀବନ

ଜଣାଇ ଅଭିନନ୍ଦନ।


ପ୍ରକୃତ ପ୍ରେମର ଏ ସ୍ବରୂପ

କ୍ରିୟା ପ୍ରତିକ୍ରିୟାରେ ହେଲେ ଭିନ୍ନ

ଅଟଇ ସେ ସାମୟିକ ପ୍ରହସନ

ଏକ ମରୀଚିକା ମାତ୍ର

ସତ୍ୟ ପରି ହୁଏ ପ୍ରତୀୟମାନ,

ଯଦି ଛଳନା ପ୍ରତାରଣା ଆସି

ସୃଷ୍ଟି କରେ ଅନ୍ତରାୟ

ଦେଖାଦିଏ କିଛି ବ୍ୟତିକ୍ରମ

ସେ ନୁହେଁ ପ୍ରକୃତ ପ୍ରେମର ସ୍ଵରୂପ

କ୍ଷଣିକର ଏ ଏକ ବିଘଟନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance