STORYMIRROR

Jitendra Seth

Abstract Others

3  

Jitendra Seth

Abstract Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
342

ରାଜ ଦୁଆରରେ ଶ୍ମସାନ ଘାଟରେ

କ୍ଷଣିକେ ଯେ ଠିଆ ହୁଏ

ଚାଣକ୍ୟଙ୍କ ମତେ ସେ ହିଁ କେବଳ 

ପ୍ରକୃତ ବନ୍ଧୁ ବୋଲାଏ ।। 


ବିପଦ ସମୟେ ସାହାଯ୍ୟର ହାତ 

ନିରତେ ବଢ଼ାଇ ଦିଏ 

ବିଶାଳ ସଂସାରେ ଜନ ସମୁଦ୍ରରେ 

ପ୍ରକୃତ ବନ୍ଧୁଟି ସିଏ ।। 


ବନ୍ଧୁ ଥିଲେ ପାଖେ ବିପଦକୁ କେବେ 

ଲାଗେ ନାହିଁ ଜମା ଡ଼ର 

ଦୁଃଖ ବେଳେ ବନ୍ଧୁ ଆସିଥାଏ ଧାଇଁ

ପୋଛିବାକୁ ଲୁହ ଧାର ।। 


ବନ୍ଧୁତ୍ୱର ମୂଲ୍ୟ ବନ୍ଧୁକୁ ଗୋଚର

ଅନ୍ୟ ବା ଜାଣିବେ କାହୁଁ 

ମହୁ ବେପାରୀଟି କହି ଦେଇ ପାରେ 

କେମିତିକା କେଉଁ ମହୁ ।। 


ପ୍ରକୃତ ବନ୍ଧୁଟି ହିତକାଂକ୍ଷି ହୋଇ 

ବନ୍ଧୁକୁ ସାଉଁଟି ରଖେ 

ଛାଡେ ନାହିଁ ସିଏ ବନ୍ଧୁର ହାତକୁ 

ସୁଖେ ହେଉ ଅବା ଦୁଃଖେ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract