STORYMIRROR

Bijay Prusty

Romance

3  

Bijay Prusty

Romance

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
319

ବନ୍ଧୁତ୍ୱର ହାତ ବଢେଇ ଦେଲି ମୁଁ

ଆଦରରେ ଧରିନେଲ

ଉର୍ଦ୍ଧ୍ୱଗାମୀ ହେଲା ସଂପର୍କ ଆମର

ହୃଦୟକୁ ଆବୋରିଲ

ମୋ ଜୀବନ ପଥେ ତିଆରିଲ ତୁମେ 

ସପ୍ତରଙ୍ଗୀ ଫୁଲବନ

ମୋ ଆଖିର ତୁମେ ନୀଳ ପୁଷ୍କରିଣୀ

ନୀଳ କଇଁ ନୀଳ ମନ

ମେଘୁଆ ମେଘୁଆ ଶ୍ରାବଣ ଆକାଶେ 

ତୁମେ ତୋଫା ଜହ୍ନରାତି

ତୁମେ ପରା ସେହି ପହିଲି ବରଷା

ମୋ ଦେହର ମିଠାତାତି

ଭଗ୍ନ କୋଣାର୍କର ପାଷାଣ ଦେହରେ

ତୁମେ ଜୀବନର ସତ୍ତା

ତୁମରି ହସରୁ ଝରି ଯାଉଥାଏ

ଅସରନ୍ତି ମଣି ମୁକ୍ତା

ଦେଖିଥିଲି ଦିନେ ତୁମକୁ ସପନେ

ପ୍ରେମିକର ମନ ନେଇ

ତୁମେ ସୃଜିଥିଲ ହୃଦୟ କନ୍ଦରେ

ଜେଛନାର ନୀଳନଈ

ସଖୀ ତୁମେ ସଚ୍ଚା ବନ୍ଧୁଟିଏ ମୋର

ହାତରେ ରଖିଛ ହାତ

ମର୍ତ୍ତ୍ୟରେ ମୋ ପାଇଁ ଫୁଟାଇଛ ତୁମେ

ସରଗର ପାରିଜାତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance