STORYMIRROR

pratap nayak

Abstract

3  

pratap nayak

Abstract

ପ୍ରକୃତ ବନ୍ଧୁ ,,,,,,,,,,,,,,,,,

ପ୍ରକୃତ ବନ୍ଧୁ ,,,,,,,,,,,,,,,,,

1 min
259

ଜୀବନର ସାୟାହ୍ନରେ

ଅମାପ ବଳର ଅବରୋହଣ

ସ୍ଥିରିକୃତ ସମାଜର ଯେତେକ ବିଡମ୍ବନା

ଅସ୍ଥାଚଳମୂଖୀ ଧୂସର ପୃଥିବୀର

ଅତିଥି ସମୂହ

ଖୋଜିବୁଲେ ତୁମ ଅକୁହା କଥାର ମୋହ

ଯେମିତି ସମସ୍ତ ରେଖାର ସେପାରୀରେ

ଘର ତାର 

ବାସ କିନ୍ତୁ ହୃଦୟରେ 

ହେଲେ ସେ ହୃଦୟାତିତ

ଆଖି ତାର ଖୋଜେନା କେତେ ଭୁଲ 

କେତେ ଠିକ୍ ମୋର 

ସବୁ ଅସୁବିଧା ତାଲାର 

ସିଏ ଏକା ଚାବି ମୋର 

ସମବେଦନା ତା ଜଗାଏନା ମୋତେ

ଜଗାଏନା ତାର ଲଜ୍ଜ୍ୟାହୀନ ଭାବ

ସବୁ ଭିଆଣର ସମାଧାନ ସିଏ 

ହେଉ ମନର ଦେହର ଅବା ପକେଟର

ନିର୍ମମ ସର୍ତ୍ତାବଳୀ କେବଳ 

ସେ ମୋର ବନ୍ଧୁ 

ହଁ ସେ ମୋର ପ୍ରକୃତ ବନ୍ଧୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract