Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ପ୍ରକୃତ ଅନ୍ତରଙ୍ଗ ସାଥୀ

ପ୍ରକୃତ ଅନ୍ତରଙ୍ଗ ସାଥୀ

1 min
192



ଆମେ ସବୁ ଜାଣୁ ଆମ ଦୁଇଆଖି ଦୁହିଙ୍କର ପ୍ରିୟସାଥୀ,

ଦୁଇଜଣ ମିଶି ପତା ବି ପକାନ୍ତି କାହାକୁ କେବେ ନ ଦେଖି |


ଦୁଇଜଣ ମିଶି ଶୁଅନ୍ତି ଉଠନ୍ତି କାହାକୁ କେବେ ନ ଛୁଇଁ,

ଦୁହିଁଙ୍କର ଲୁହ ଝରେ ଏକାସାଥେ ଦୁଃଖ ବେଦନାକୁ ସହି |


ଦୁହେଁ ପତା ଖୋଲି ଦେଖନ୍ତି ଜିନିଷ ଭଲ ଭାବରେ ନିରେଖି,

ଦୁଇଜଣ ମିଶି ନିଷ୍ପତି ନିଅନ୍ତି ଭଲ-ମନ୍ଦକୁ ପରଖି |


ଦୁଇସାଥୀ ପୁଣି ଡୋଳାକୁ ବୁଲାନ୍ତି ଗୋଟିଏ ଦିଗକୁ ଗତି,

ଦୁହେଁ ମିଶି ପତା ଖୋଲିଦେଲେ ଦିନ, ବୁଜିଦେଲେ ହୁଏ ରାତି | 


ଜଣେସାଥୀ ଯଦି ସଂକ୍ରମିତ ହୁଏ ଆଉଜଣେ କଷ୍ଟ ପାଏ,

ରାଗିଲେ ମଣିଷ ଦୁଇସାଥୀଙ୍କର ଡୋଳା ନାଲି ହୋଇଯାଏ |


ଆଖି କହେ ଭାଇ ! ଆମପରି ସାଥି ଖୋଜି ରଖ ଜୀବନରେ,

ନଦେଖି ନଛୁଇଁ ଅନ୍ତରଙ୍ଗ ହେଇ ଭଲସାଥୀ ହୋଇପାରେ |



Rate this content
Log in

Similar oriya poem from Classics