STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପରକାଳ

ପରକାଳ

1 min
307


ମନୁଷ୍ୟ ଜୀବନ କର୍ମ ପାଇଁ ପରା ଚିନ୍ତା କିମ୍ପା ପରକାଳ?

   କର୍ମ ଯେଉଁ ପରି ଫଳ ସେହୁ ପରି

        ହିସାବ ତା ପରକାଳ।


ଭଲ କର୍ମ କଲେ ଯିବୁ ବୈକୁଣ୍ଠ ରେ ଶାସ୍ତ୍ରରେ ଅଛି ବର୍ଣିତ

   କୁକର୍ମ କରିଲେ ନର୍କେ ପଡ଼ି ଥିବୁ

       ହୋଇ ଦୁଃଖରେ ଜଡ଼ିତ।


ବର୍ତ୍ତମାନ ପାଇଁ ଚିନ୍ତା କର ଭାଇ କର ଦେଶ ହିତେ କାର୍ଯ୍ୟ

   କର ଜନ ସେବ ନିଃସ୍ବାର୍ଥେ ମନରେ

      ଅଟେ ମନୁଷ୍ୟ ର କାର୍ଯ୍ୟ।


ଚିନ୍ତା ପରକାଳ କାହିଁ ପାଇଁ କରୁ ଦିଅ ସତ୍ୟ କର୍ମେ ମନ

   ଅହିଂସା ର ମନ୍ତ୍ର ରଖ କର୍ମ ପଥେ

     ଧର୍ମ କର୍ମେ କଟୁ ଦିନ।


ପିତୃ ମାତୃ ସେବା କର ମନ ଦେଇ ବୃଦ୍ଧ ବୟସରେ ତାଙ୍କ, 

   ଅତିଥି ଙ୍କ ସେବା କର ହେ ଭକ୍ତିରେ

      କର ହେ ସମ୍ମାନ ତାଙ୍କ।


କର୍ମ ରେ ଜଡ଼ିତ ପରକାଳ ତୋର ଫଳାଫଳ ତାର ତହିଁ

   କର୍ମ ଭଲ ଥିଲେ ପ୍ରଭୁ ପୁରେ ଯିବୁ

      ଚିନ୍ତା କିମ୍ପା ତୋର ନାହିଁ?


ଗୁଞ୍ଜୁଥିବ ନାମ ମୃତ୍ୟୁ ଲୋକେ ତୋର କର୍ମତ୍ୟାଗ ବଳିଦାନ

   ସ୍ମୃତି ରହି ଥିବ ତୋର କର୍ମଜ୍ଞାନ

      ପରକାଳେ ଏହୁ ମାନ।


ସ୍ମୃତିରେ ତୋହର ଜନମ ଜୟନ୍ତୀ ଗୁଞ୍ଜୁଥିବ ତବ କର୍ମ

   ପରକାଳ ତୋର ବୈକୁଣ୍ଠ ରେ ହେବ

      ରଖି ଥିବୁ ସଦା ଜ୍ଞାନ।


କୁକର୍ମ କରିଲେ ଦାନବ କହିବେ ଭଲ ହେଲା ସେହୁ ମଲା,

   ମୃତ୍ୟୁ ରେ ତୋହର ହୋଇବେ ଟି ଖୁସି

      ଅତ୍ୟାଚାରୀ ଜଣେ ମଲା।


ସ୍ମୃତି ନ ରହିବ ନହେବ ଜୟନ୍ତୀ ଭ୍ରମୁ ଥିବୁ ମୃତ୍ୟୁ ଲୋକେ

    ପରକାଳ ତୋର ହେବ ଏହୁ ପରି

      ମନେ ନ ପଡିବୁ ଲୋକେ।


ପରକାଳ ଚିନ୍ତା ଛାଡି ଭାଇ ମୋର ସତ୍ୟ କର୍ମେ ଦିଅ ମନ,

     ଜଗା ଭକ୍ତି ଗୁଞ୍ଜୁ ମନ ପ୍ରାଣେ ତୋର

       ରାଷ୍ଟ୍ର କାର୍ଯ୍ୟେ ଦିଅ ମନ।


ପରକାଳ ଫଳ କର୍ମରେ ରହିଛି କରୁ ଥିବୁ ଭଲ କର୍ମ,

     ନିର୍ଦ୍ଦିଷ୍ଟ କରିବ ପରକାଳ ଫଳ

       କର୍ମ ପଥେ ତୋର କର୍ମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract