STORYMIRROR

Papu parida

Abstract Drama Classics

4  

Papu parida

Abstract Drama Classics

ପରକାଳ

ପରକାଳ

1 min
391

ମର୍ତ୍ତ୍ୟ ଭୁବନରେ ସରିଗଲେ ଖେଳ

ଯିବାକୁ ହୋଇବ ନିଶ୍ଚେ ପରକାଳ।


ନା ସୂର୍ଯ୍ୟ ଚନ୍ଦ୍ରମା ଅବା ଦିନରାତି

ନ ଥିବ ସନ୍ଧ୍ୟା ନ ଆସିବ ପାହାନ୍ତି।


ସ୍ୱାନ କି ଶୃଗାଳ ନର କି ବାନର

ସଭିଙ୍କ ଆତ୍ମା ଯେ ହେବ ଏକାକାର।


ନ ଥିବ ସମ୍ପର୍କ ପ୍ରିୟ ପରିଜନ

ସଭିଏଁ ସେଇଠି ହୋଇବେ ସମାନ।


ସମୟ ର କଣ୍ଟା ହୋଇଯିବ ସ୍ଥିର

ଶାନ୍ତ ହୋଇଯିବ ସଭିଙ୍କର ସ୍ୱର।


ହେବ ସେଠି ପାପ ପୁଣ୍ୟ ର ହିସାବ

ରୂପ ଧନ ଜ୍ଞାନ ନ ଥିବ ପ୍ରଭାବ।


କିଏ ଯିବ ସ୍ୱର୍ଗ କିଏ ଯିବ ନର୍କ

କର୍ମ ଅଭିଧାନେ ହେବ କିଛି ତର୍କ।


ଧର୍ମ ନିକିତି ରେ କର୍ମ ର ଓଜନ

କିଏ ନେବ ଦଣ୍ଡ କାହାର ସମ୍ମାନ।



Rate this content
Log in

Similar oriya poem from Abstract