STORYMIRROR

Subhakanta Sahu

Abstract Others

2  

Subhakanta Sahu

Abstract Others

ପରଜାପତି

ପରଜାପତି

1 min
13K


ପରଜାପତି ତରକା ଅତି

ତର ତର କିଆଁ ହେଉ?

ଶୀତ ସକାଳ କାକର ବେଳ

କୁଆଡେ କିଆଁ ନ ଯାଉ??

ଶୀତ କି ତତେ ହେଉଛି ଭାରି

ପାରୁନୁ ତୁହି ଉଡ଼ି?

କି ଶୁଭ ବେଳେ ଆଜି ସକାଳେ

ମୋ ହାତେ ଗଲୁ ପଡ଼ି।

ଏଇତ ମୋର ଜଗାକାଳିଆ

ଯିଏଟି ତୋର ପ୍ରିୟ,

ବାନ୍ଧିକି ତତେ ରଖିବି କିଆଁ

ତା'ପାଖେ ତୁହି ଥାଅ।

ଫୁଲରୁ ଫୁଲ ଉଡ଼ିଲେ ତୁହି

ଭାବି ବସଇ ମୁଁହି,

ଟିକି ଫୁଲଟେ ହୋଇଥିଲେ ମୁଁ

ଖଳନ୍ତି ତୋତେ ନେଇ।

ଫୁଲଟେ ସିନା ହୋଇ ନାହିଁ ମୁଁ

ମନ ମୋ ଫୁଲ ପ୍ରାୟ,

ଆଜି ଠାରୁ ତୁୁ ମୋ ସାଙ୍ଗରେ

ଖେଳିବୁୁ କି ନା କହ।

ତୁ ମତେ ଭଲ ପାଅ ନ ପାଅ

ଆସୁଥା ପ୍ରତିଦିନ,

ଭଲ ମୁଁ ତୋତେ ପାଉଥିବିରେ

ଥିବା ଯାଏଁ ଏ ଜୀବନ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା, ଗଂଜାମ।

ମୋ:୯୦୪୦୩୨୦୧୮୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract